Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Children

3  

Bidyadhar Mantry

Children

ମାମୁଁ ନାହିଁ ଯାହାର

ମାମୁଁ ନାହିଁ ଯାହାର

1 min
150


  

ଆକାଶରେ ଜହ୍ନ ଆଉ ତାରା

ଅନ୍ଧାର ରାତିରେ ଆଲୁଅର ଉତ୍ସ

ଅଝଟ ପିଲାଙ୍କୁ ବୁଝାଇବା ପାଇଁ

ମା କହେ ଏଇ ଦେଖ ଜହ୍ନ ମାମୁଁ

ତାରା ମେଳରେ ଖେଳ ଆଉ ସାଙ୍ଗ l


କୋଳରେ ଧରି ଅଝଟିଆ କୁନି କୁନି ଛୁଆ

ମା କହଇ ଜହ୍ନ ମାମୁଁ ଆ ଖେଳିବୁ ଆ !!

ମା କଥାରେ ତୁହାକୁ ତୁହା ଜହ୍ନ ମାମୁଁ କୁ ଦେଖି

ହାତ ଠାରି ଡାକେ ଓ ଡାକେ ସତେ କି ମନଲାଖି!!


ଜହ୍ନ ମାମୁଁ ସବୁରି ପ୍ରିୟ ନାହିଁ ଆପଣା ପର

ସାନ ରୁ ବଢ଼ି ବଡ ହୁଏ ପୂର୍ଣ୍ଣିମା ରାତିର


କଥା ବୁଝୁଥିବା ପିଲା ମାନଙ୍କୁ ମା କହଇ ଗପ

ବାଘ କୁ ମାମୁଁ କହି ଆରମ୍ଭ ହୁଏ ଗପ

ବାଘ ମାମୁଁ ରାଜା ଏବେ ଜଙ୍ଗଲ ଭିତରେ

ରାଗି ଗଲେ ରଡ଼ି ଛାଡେ ବହୁ ଜୋର୍ ରେ l


ସର୍କସରେ ବାଘ ମାମୁଁ ଦେଖାଏ କେତେ ଖେଳ

ଚିଡ଼ିଆଖାନା ଭିତର ବାଘ ପିଲାଙ୍କୁ କୁତୁହଳ

ଜଙ୍ଗଲ ନଷ୍ଟ ପାଇଁ ବାଘ ସଂଖ୍ୟା କମିଲାଣି

ବାଘ ସଂଖ୍ୟା ବୃଦ୍ଧି ପାଇଁ ପଡ଼ିଛି ଭାଳେଣି


ଜହ୍ନ ମାମୁଁ ସଭିଙ୍କର ନାହିଁ ଆପଣା ପର

ବାଘ ମାମୁଁ ଅଟେ ଜାତୀୟ ପଶୁ ଆମର !!

ମାମୁଁ ନାହିଁ ଯାହାର

ଜହ୍ନ ଆଉ ବାଘ ମାମୁଁ ତାହାର !!



Rate this content
Log in

Similar oriya poem from Children