STORYMIRROR

Swarnalata Dash

Children

3  

Swarnalata Dash

Children

ମୁନି କଣ୍ଢେଇର ବାହାଘର

ମୁନି କଣ୍ଢେଇର ବାହାଘର

1 min
103

ମୁନାମୁନି ବସି କଲେ ବିଚାର

କରିବେ କଣ୍ଢେଇର ବାହାଘର

ହାତୀ ତା ଶୁଣ୍ଢରେ ଆଣିବ ଫୁଲ

ଷଣ୍ଢ ବଜାଇବ ମହୁରୀ ଢୋଲ

ମେଣ୍ଢା ମାଉଁସତ ହୋଇବ ଭୋଜି

ଶୁଭ ଲଗ୍ନ କହେ ନାହାକ ପାଞ୍ଜି

ପିଆଜ ଷଣ୍ଢା ରେ ସଜାଇ ବେଦୀ

ବଣିଆ ଗଢିଛି ରତନ ମୁଦି

ହୁଳହୁଳି ଦେଲେ କାଉ କୋଇଲି

କୁଣ୍ଢା କୁଣ୍ଢି ହେଲେ ବରଯାତିରି

କେତେ ମଜା କରି ଖାଇଲେ ଭୋଜି

ଶୁଣ୍ଢୀଆଣୀ ହାତେ ମେହେନ୍ଦି ରଞ୍ଜି

ପରଦାରେ ଚିତ୍ର କୃଷ୍ଣଙ୍କ ଲୀଳା

ଷଣ୍ଢା ଶକଟାଙ୍କ ବଧ ହୋଇଲା

ଦେଖି ବରଯାତ୍ରୀ ହୋଇଲେ ଖୁସି

ଯାନି ଯଉତୁକ ଗାଡ଼ିରେ ରଖି

ଦେଖି କି ସଭିଏଁ ବାହାବା କଲେ

ମୁନା ମୁନି ହସି ଘରକୁ ଗଲେ

କଣ୍ଢେଇ ଖେଳ ତ ହୋଇଲା ଶେଷ

ପିଲାଏ ନାଚିଲେ ହୋଇ ହରଷ ।



Rate this content
Log in

Similar oriya poem from Children