Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Inspirational Others Children

3  

Bidyadhar Mantry

Inspirational Others Children

ଉନ୍ନତି ଅଧରାତିଆ

ଉନ୍ନତି ଅଧରାତିଆ

1 min
182



ଆଜିକାଲିର ପିଲେ              

ତାଙ୍କର ବି ନିଜସ୍ଵ ରୁଚି ଅଛି

ଖାଦ୍ୟ ପୋଷାକ ଦୈନନ୍ଦିନ କାର୍ଯ୍ୟପନ୍ଥା

ସବୁ କିଛି ନିଜସ୍ଵ ତାଙ୍କର

ଅସହ୍ୟ ହେଲେ ବି ମନ୍ତବ୍ୟ ନାହିଁ 

ଆଗାମୀ ବଂଶଧର ,କୁଳ ପ୍ରଦୀପ 

ସେମାନଙ୍କ ଗହଣରେ ହିଁ 

ଜୀବନର ଶେଷ ସମୟ!


ଆଜିର ପିଲାଏ ଓଭର ସ୍ମାର୍ଟ

ହାତରେ ବି ସ୍ମାର୍ଟ୍ ଫୋନ୍

ସବୁ ପ୍ରଶ୍ନ ଓ ସମସ୍ୟା ଅନ୍ୟକୁ ପଚାରିବା ପୂର୍ବରୁ

ଆଗ ଗୁଗୁଲ୍ ଓ ୟୁ ଟ୍ୟୁବ୍ କହିବ

ଜଣା ଅଜଣା ପ୍ରଶ୍ନର ଉତ୍ତର ଓ ସମାଧାନ

ସେହି ଉତ୍ତର ଅନ୍ୟ ମୁହଁରୁ ହେଲେ ବି ସନ୍ଦେହ

ଗୁଗୁଲ୍ ହିଁ ସର୍ବେସର୍ବା,ଭାଗ୍ୟ ବିଧାତା !


ପିଲାଏ ଦୁଷ୍ଟ ହେବା ସ୍ଵାଭାବିକ

ବେଶି ଦୁଷ୍ଟର ଅଖ୍ୟାଥିଲା ଖରା- ଵେଳିଆ

ଏବେ କିନ୍ତୁ ଅଧରାତିଆ

ଅଧ ରାତି ଯାଏଁ ମୋବାଇଲ୍ ଟିପା

ହଁ ଶୋଉଛି ,ହଁ ଶୋଉଛି କହି ଅଧ ରାତି

ପାଟି କଲେ, ବିରକ୍ତିଆ ମୁହଁ

କିଛି ନ କହିଲେ ବି ସ୍ପଷ୍ଟ ଅନୁମେୟ।


ଆଜିକାଲିର ଯେତେ ଡେ

ବାପା ପାଇଁ ଡେ ,ମା ପାଇଁ ଡେ

ଅନ୍ୟାନ୍ୟ ନୁଆ ନୁଆ ଚଳନ୍ତି ଡେ       

ପିଲାମାନଙ୍କୁ ଭଲ ଭାବେ ଜଣା

ଆଉ କିଛି ମନେ ରହୁ କି ନ ରହୁ

ସବୁ ଡେ ବିଷୟରେ ଆଗୁଆ ଜ୍ଞାନ

ଅନଲାଇନ କିଣାକିଣି ରେ ବି ସିଦ୍ଧହସ୍ତ !!


ସ୍କୁଲରେ ଦଣ୍ଡ ମୁକ୍ତ,ଘରେ ବି ଭୟ ମୁକ୍ତ

ପିଲାଙ୍କର ମୁକ୍ତ କ୍ଷେତ୍ର ସବୁଠି

ମୁକ୍ତିର ପସରା ଘରେ ଓ ବାହାରେ

ବିଦ୍ୟାଳୟର ଦଣ୍ଡ ମୁକ୍ତିର ପ୍ରଭାବ

ପିଲାଙ୍କ ମନରେ ମୁକ୍ତିର ଉଦ୍ରେକ !

ଭୁଲ୍ ପାଇଁ ଶାସ୍ତି ଭଲ ଥିଲା

ଭୁଲ୍ ତ ନିହାତି ନିହିତ

ସମାଜର ପ୍ରତ୍ୟେକ କ୍ଷେତ୍ରରେ

ଶିକ୍ଷାଳୟ ଦଣ୍ଡ ମୁକ୍ତ ସତ

ଶିକ୍ଷାର୍ଥୀଙ୍କ କଣ ଭୁଲ୍ ହେଉନାହିଁ ?

ବିଚରା ଶିକ୍ଷକ ବା କରିବେ କଣ !

ଦଣ୍ଡର ସଂଜ୍ଞା କେବଳ ବହି ଭିତରେ !


ପିଲାଙ୍କର ନାହିଁ ଭୟ ଆଉ ଭକ୍ତି

ପାଠ ପଢିବା ଆଳରେ ସବୁଥିରୁ ମୁକ୍ତି

ବହି ଖାତା ଛାଡ଼ି ଖାଲି ମୋବାଇଲ୍ ପ୍ରୀତି

ଅନିଚ୍ଛୁକ ଘରର ଆର୍ଥିକ ଅବସ୍ଥା ପ୍ରତି

କେବଳ ମୋବାଇଲ୍ ସାଙ୍ଗ ଦିନ ହେଉ ରାତି

ଜାଣିବାକୁ ସ୍ପୃହା ନାହିଁ ଘରର ପରିସ୍ଥିତି

ଘର ରନ୍ଧା ଖାଦ୍ୟ ଦେଖିଲେ ବିରକ୍ତି 

ଖେଳ କୁଦ ପ୍ରତି ନାହିଁ ଇଚ୍ଛାଶକ୍ତି 

ଚିନ୍ତାଶୁନ୍ୟ ପିଲାଙ୍କ ନାହିଁ ଭୟଭିତି

ଚିନ୍ତିତ ପିତାମାତା ଦେଖିବାକୁ ପିଲାଙ୍କ ଉନ୍ନତି!



Rate this content
Log in

Similar oriya poem from Inspirational