Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Inspirational

3  

Ajit Kumar Raut

Inspirational

ସନ୍ଧ୍ୟା ଗୋ ତୁମେ

ସନ୍ଧ୍ୟା ଗୋ ତୁମେ

1 min
188



ନିତ୍ୟେ ଦେଖୁଥାଏ ପଶ୍ଚିମ ଦିଗକୁ

ସନ୍ଧ୍ୟା ଗୋ ତୁମେ ଆସିବ

ଜାଳିଦେବି ଦୀପ ଜଗାଙ୍କ ଚରଣେ

ଭକ୍ତିରେ ମନ ଗୁଞ୍ଜିବ

ଜୀବନ ଶାନ୍ତିଟି ହେବ

ବଜେଇ ଶଙ୍ଖକୁ , ଦେବି ହୁଳହୁଳି

ସନ୍ଧ୍ୟା ଗୋ ତୁମେ ଆସିବ !!


ଲାଲିମା ଦିଶୁଛି ଦିଗକୁ ପଶ୍ଚିମ 

ସୂର୍ଯ୍ୟାସ୍ତ ହୋଇବ ପରା

ଦିଶେ ରକ୍ତବର୍ଣ୍ଣ ପବିତ୍ର ଏ ଧାମ

ଦିଶୁଛି ସୁନ୍ଦର ସାରା

ଶୁଭେ ପକ୍ଷୀ ରାବ ପରା

ରାସ୍ତାର କଡ଼ରେ ଗୋଧୂଳିଟି ଉଡ଼େ 

ଆସୁଛ ସନ୍ଧ୍ୟା ଗୋ ଧରା !!


ମଣିମା ମଣିମା କର୍ଣ୍ଣ ମୋ ଶୁଣିବ

ହୋଇବ ପବିତ୍ର ଭାବ

ଜଗା ଜଗା ରାବ ଭକ୍ତ ଦେଉଥିବ

ସନ୍ଧ୍ୟା ଗୋ ତୁମେ ଆସିବ

ଜୀବନ କୃତାର୍ଥ ହେବ

ହୃଦୟ ଉଦବେଗ ମନଟା ଚଞ୍ଚଳ 

ସନ୍ଧ୍ୟା ଗୋ ଜଲ୍ଦୀ ଆସିବ !!


ପରା ଦାରୁବ୍ରହ୍ମ ଅନାଦି ଅନନ୍ତ

ପଦରେ ସେବା କରିବି

ସନ୍ଧ୍ୟାଭକ୍ତି ରାବ ପଡ଼ିଲେ କର୍ଣ୍ଣରେ

ଭାଗ୍ୟବାନ ହେ ମଣିବି 

କର୍ତ୍ତବ୍ୟ ପଥେ ରହିବି

ସନ୍ଧ୍ୟାଟି ଆସିଲେ ଧ୍ୟାନେମଗ୍ନ ହେବି

କାଳିଆ ଭକ୍ତି କରିବି !!


ଆସିଛି ଦୂରରୁ ବିଚ୍ଛିନ୍ନାଞ୍ଚଳରୁ

ଦେବି ମୁଁ ପ୍ରେମ ଅଜାଡ଼ି

ଶ୍ରଦ୍ଧା ଭକ୍ତି ପ୍ରୀତି ରଖିବି ଚରଣେ 

ଆସିବ ସନ୍ଧ୍ୟା ଗୋ ମାଡ଼ି 

ଏହୁ ତ ପ୍ରଭୁଙ୍କ  ଗାଡ଼ି 

ହୃଦେ ଘଡଘଡି ମନ ବିଚଳିତ 

ସନ୍ଧ୍ୟା ଗୋ ଆସ ତୁ ବଢ଼ି !




Rate this content
Log in

Similar oriya poem from Inspirational