ଦୁଃଖ ପରେ ସୁଖ ଦୁନିଆ ରୀତି
ଦୁଃଖ ପରେ ସୁଖ ଦୁନିଆ ରୀତି
ଦୁନିଆ ବୁକୁରେ ଘର କରିଛନ୍ତି
କର୍ମ ଅନୁଯାୟୀ ଫଳକୁ ଲଭି
କାଳ କାଟୁଥିବା ସୁଖେ ଅବା ଦୁଃଖେ
ହସ ଆଉ ଲୁହକୁ ଅନୁଭବି ।
ଶୀତ ପରେ ମଧୁମାସ ଆସିଥାଏ
ତନୁମନରେ ଅପୂର୍ବ ମହକ
ସେମିତି ଦୁଃଖଟା ଉହାଡ଼ ହୋଇଲେ
ସୁଖ ଦିଶିବନି କି ଝକମକ ?
ଦୁଃଖ ସମୟରେ ଖଣ୍ଡେ କାଠି ସମ
ନିଜର ମନକୁ ନକରି କେହି
ମନ ଅସ୍ଥି ମଜ୍ଜା ରକ୍ତକୁ ବାନ୍ଧିକି
ବିଡ଼ା ରୂପରେ ରଖିବା ସଜାଇ ।
ନଭାଙ୍ଗିବା କେବେ ବିପଦ ସମୟେ
ସାହସ ଦମ୍ଭରେ ଦୃଢ଼ ହୃଦୟ
ବୁଦ୍ଧି କୌଶଳ ଯେବେ ସାଥେ ଥିବ
ଅନ୍ଧାର ହଟି ସୂରୁଜ ଉଦୟ ।
ଯେତେବେଳେ ଯାହା ଘଟି ଯାଉଥିବ
ଶୋଚନା ନକରି ତେଜିକି ଭୀତି
ଚଳି ଯାଉଥିବା ବୁଝକଟେ ଭଳି
ଦୁଃଖ ପରେ ସୁଖ ଦୁନିଆ ରୀତି ।