Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ଶ୍ରମିକ ଦିବସ

ଶ୍ରମିକ ଦିବସ

1 min
189



ମଇ ମାସ ଏକ ତାରିଖ ପାଳନ

ଶ୍ରମିକ ଦିବସ ନାମରେ

ଶ୍ରମିକର ଋଣ କିଏ ବା ସୁଝିବ

ଯେତେ'ଛନ୍ତି ଧରା ଭୂମିରେ ?


ପ୍ରାଚୁର୍ଯ୍ଯ ସୁଖକୁ ସାଉଁଟୁ କେବଳ

ଶ୍ରମିକର ଝାଳ-ରକ୍ତରେ

ତାହାଠାରୁ ବଡ଼ ନୁହେଁ କେହି ଦେହୀ 

ଯେତେ ବି ଜନମ ମର୍ତ୍ତ୍ୟରେ ।


ରାସ୍ତାଘାଟଠାରୁ ଗୃହ ନିରିମାଣ

ଯେତେ ଅଟ୍ଟାଳିକା ସଉଧ

ମନ୍ଦିର ମସଜିଦ ଆଦି ନାନାବିଧ

ଗଢ଼ଇ ଆହା କି ଆନନ୍ଦ !


ଆମ ଖାଦ୍ୟଶସ୍ୟ, ବସବାସ ପାଇଁ

ଲୋଡ଼ା ହୋଇଥାନ୍ତି ଶ୍ରମିକ,

ତାଙ୍କ ଝାଳବୁହା ପରିଶ୍ରମ ଫଳ

ସକଳେ ଭରେ କେତେ ସୁଖ ।


ଜୀବନରେ ଯେତେ ଅୟସ ଆରାମ

ସବୁ ହାତ ଗଢ଼ା ତାହାର,

ଜୀଇଁ ହୁଏ ନାହିଁ ତା' ବିନା ଜୀବନ

ଆଗକୁ ବଢ଼ିବା ବି ଦୂର ।


କୃଷିକ୍ଷେତ୍ରଠାରୁ କଳକାରଖାନା

ସବୁଠାରେ ପରା ଶ୍ରମିକ,

ହୋଇ ନିୟୋଜିତ ସାଧନ୍ତି କରମ

ଭୁଲି ବି ନିଜ ଦେହ ଦୁଃଖ ।


ପିଲାଛୁଆଙ୍କର ଭରଣପୋଷଣେ 

କରନ୍ତି ଯେତେ ପରିଶ୍ରମ,

ମାତ୍ର ଆମେ ସର୍ବେ ମିଳିମିଶି ଲଭୁ

ତାଙ୍କର ସେହି ଫଳ ଶ୍ରମ ।


ଆମର ପ୍ରଗତି ଦେଶର ପ୍ରଗତି

ମୂଳରେ ଶ୍ରମିକଙ୍କ ହାତ,

ସେ ହାତରେ ବଳ ଯୋଗାଇ ପାରିଲେ

ପେଟ ପାଇଁ ମୁଠିଏ ଭାତ ।


ସେମାନଙ୍କ ପାଇଁ ଦୁନିଆ ଦାଣ୍ଡରେ

ଆମେ ବି ମଣିଷରେ ଗଣା,

ମୁଣ୍ଡ ନଇଁ ଦେବା ପୂଣ୍ୟ ଚରଣରେ

ଛାଡ଼ିଣ ଗରବ ଭାବନା ।


ଆସ ଆଜି ସର୍ବେ ମୁକ୍ତ କଣ୍ଠରେ

ଜୟଧ୍ୱନି ତାଙ୍କ ନାମରେ,

ତୋଳି ଗାଉଥିବା ଜୟ ହେ ଶ୍ରମିକ 

ଧନ୍ୟ ଜନ୍ମ ଏ ଧରଣୀରେ ।




Rate this content
Log in

Similar oriya poem from Inspirational