ପ୍ରେମିକାର ଅନୁରାଗ
ପ୍ରେମିକାର ଅନୁରାଗ
କାହିଁକି ତୁମ ଛବି ଦିଶେ
ମୋ ଜୀବନ କାନଭାସ୍ ରେ
ଅଦୃଶ୍ୟ ଚିତ୍ରପଟ୍ଟ ପରି ଦିଶ
କୁହୁଡି ଘେରା ଅନ୍ଧାର ଭିତରେ ,
ହେ ପ୍ରିୟତମ ମୋର
ତୁମକୁ ମୁଁ ପ୍ରତୀକ୍ଷଣ ଆବିଷ୍କାର କରିବସେ
ମୋ କଲମରୁ କାଳି ଝରିଲା ବେଳେ,
ପୁଣି ତୁମକୁ ସଯତ୍ନେ ତିଆରେ ବସି
କୁମ୍ଭାର ହାଣ୍ଡିଶାଳରେ,
ଆସ ଥରେ ପ୍ରିୟତମ
ଘଉଡେଇ ନିଅ ତମ ବାହୁ ବନ୍ଧନେ
ବୋକ ଦେଇ ଚିବୁକରେ
ପ୍ରାଣ ଦିଅ ଏ ହୃଦ ବନ୍ଧନେ,,,,,,
ଏଇଠି,କୋଉଠି ଦୁଷ୍ଟ ପିଲାଟିଏ ପରି
ତୁମେ ଛୁପିଯାଅ,
ପ୍ରତିଥର ତୁମେ ଅଧାଗଢା ଦିଅଁ ପରି
ମୋ ତୁଳିରେ ଅଧା ଅଙ୍କା ହେଇ ରହିଯାଅ,
ପ୍ରିତି ନିଆଁ ରେ ଆଉ ଜାଳନାହିଁ ପ୍ରିୟ
ମୁଁ ସେମିତିରେ ଦରପୋଡା କାଠ,
ଆସି ଥରେ ତୁମ ଶୀତଳ କିରଣେ
ମୋ ତନୁ ର ଜ୍ଵାଳା ଦୂର କର..ତେବେ
ଏ ଜୀବନ ହେବ ଶ୍ରେଷ୍ଠ....