ଦିଅଁ ଦର୍ଶନ, ପାପ କି ହୁଏ ଖଣ୍ଡନ
ଦିଅଁ ଦର୍ଶନ, ପାପ କି ହୁଏ ଖଣ୍ଡନ
ଆହେ ଜଗନ୍ନାଥ ତୁମେ ଅଟ ଭାବ ବିନୋଦିଆ,
ନୀଳଗିରି ନାଥ
ଆର୍ତ୍ତତ୍ରାଣ, ଆତଙ୍ଗ ନାଶନ ବିରାଜ ବରଷକେ
ଆରୋହଣେ ରଥ ll
ପିଟି ଘଣ୍ଟ, ଆସ ହେ ପାଖକୁ ଡାକିଲେ ତୁମକୁ
ଜୋର କରି କଣ୍ଠ
ଶୁଭୁ ନାହିଁ କି କର୍ଣ୍ଣକୁ, କରି ତୁମେ ଫନ୍ଦି କରୁନ
ଟିକେ କର୍ଣ୍ଣପାତ ll
ପବିତ୍ର ଓ ସ୍ୱଛ ମନଠୁଁ ସୁନ୍ଦର ଆଉ ଏଇ
ସଂସାରରେ କିଛି ନାହିଁ
ଶୁଣିଛି, ମଇଳା ଆଛାଦିତ ମନ କେବେ ତ
ପବିତ୍ରତା ଦିଏ ନାହିଁ ll
ସ୍ବାର୍ଥରେ ଆଛାଦିତ ମନ, କରେ ତ ସରବ
ମଣିଷଙ୍କୁ ବାଟ ବଣା
ସେଥିପାଇଁ କେତେ ଅଘଟନ ଘଟେ ପ୍ରତିଦିନ,
ଅଛି କି ତାର କଳନା ll
ଭଙ୍ଗା ଆଇନା ସଦୃଶ, ଭଲ କଥା ଯେ ଦିଶଇ
ଅତ୍ୟନ୍ତ ବିରୂପ ହୋଇ
ବିବେକର ପ୍ରୟୋଗରେ ମଣିଷ ନିତି ଚାଲିଲେ,
ମନ ସ୍ୱଛ ରହିବ ଯାଇଁ ll
ମୁଁ ବୁଲି ଆସେ ଯେବେ ପାହାନ୍ତିଆର ସେ ନୀରବ
ନିର୍ମଳ ଆକାଶରେ
ଅଶେଷ ଶାନ୍ତି ମିଳଇ, ନୂତନ ଚେତନା ଖେଳାଇ
ଦିଅଇ ମନ ମଧ୍ୟରେ ll
ପାପ କରି ହୋଇ ପାପୀ, ଯେତେ ଦିଅଁ ଯାଇଁ କରୁ
ଥାଏ ମୁଁ ଦର୍ଶନ
ମୁଁ ମାନେନା ସେହି ତତ୍ତ୍ୱ ଯାହା କହେ, ଜନ୍ମ ଜନ୍ମାନ୍ତର
ପାପ ହୁଏ ଖଣ୍ଡନ ll
ଅନ୍ଯାୟ ଅନୀତି ବଢି ଚାଲେ ଆଜି ପରା, ସେହି
ତତ୍ତ୍ୱକୁ ଦ୍ୱାହି ଦେଇ
ଅକାରଣେ ବର୍ଣ୍ନ ଧର୍ମ ଭେଦଭାବର ବିଚାର, କେବେ
ନଥିଲା ପ୍ରକୃତିଠେଇ
ସତ୍ୟର ପଥେ ଚାଲି, ଶାନ୍ତି ଦୟା କ୍ଷମାର ଚକ୍ଷ୍ଯୁକୁ
ଖୋଲିଦେଲେ
ସଦା ନିର୍ମଳ ପ୍ରତିବିମ୍ବ ଝଟକି ଉଠିବ ଆଇନା ସମ୍ମୁଖେ
ଠିଆ ହେଲେ ll
କେଉଁ ଭାଷାରେ ବର୍ଣ୍ନିବି ଏକ ସୁନ୍ଦର ମନକୁ,ଭାଷା
ମୁଁ ପାଉନି ଜମା
କବି ତ ନୁହେଁ ମୁଁ, ଚେଷ୍ଟା କରୁଛି, ଭୁଲକୁ ମୋର
କରି ଦେବ କ୍ଷମା ll