Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharitri Das

Inspirational

3  

Dharitri Das

Inspirational

ଯୁଦ୍ଧ ନୀତି

ଯୁଦ୍ଧ ନୀତି

1 min
179


ପୂରୁବ ଗୌରବ ପୂରୁବ ମହିମା 

   ରାଜ ରାଜୁଡ଼ା ଶାସନ

ଅଦୃଶ୍ୟ ହୋଇଲା ଦୃଶ୍ୟ ହେଲା ଆଜି

   ଗଣତନ୍ତ୍ରର ଆସନ।

ଅଶ୍ୱାରୋହୀ ଗଜାରୋହୀ ପଦାତିକ

   ସେନା ସହ ସେନାପତି

ଦିଶୁ ନାହାନ୍ତି ତ ଆଜିର ସମରେ

   ବଦଳିଛି ଯୁଦ୍ଧ ନୀତି।

ଲୋଡ଼ା ନାହିଁ ଧନୁ,ତୀର,ତେଣ୍ଟା,ବର୍ଚ୍ଛା

    ଶୁଭୁ ନାହିଁ ଶଙ୍ଖ ଧ୍ଵନୀ

ଚାରିଆଡେ ଶୁଭେ ଖାଲି ଗୁଳିଗୋଳା

    ବାରୁଦର ଧ୍ଵଂସ ବାଣୀ।

ଲାଗୁଅଛି ସତେ ନିର୍ଲିପ୍ତ ହୋଇବ

    ସସାଗରା ଧରା ଧାମ

ଶତ୍ରୁତା ବଢିବ ହିଂସାର ସାଗରେ

    ବୁଦ୍ଧି ହୋଇବଟି ବାମ।

ଏପରି ସମୟେ ନୀରବ ନରହି

    ଆସ ଆସ ଭାଇମାନେ

ସଜାଗ ହୋଇବା ଶତ୍ରୁକୁ ଦମନ

   କରିବାକୁ ଚିନ୍ତି ମନେ।

ଦେଶ ପାଇଁ ଲଢି ଜୀବନ ଦେବାରେ

   ହୋଇ ଅକୁଣ୍ଠିତ ଚିତ୍ତ

ରଖିବା ଦେଶର ହୃତ ଗୌରବଟି

   ବଢାଇ ତା'ର ମହତ।


   


Rate this content
Log in

Similar oriya poem from Inspirational