Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharitri Das

Inspirational

4  

Dharitri Das

Inspirational

ବିଶ୍ୱ ପ୍ରାଣୀ ଦିବସ

ବିଶ୍ୱ ପ୍ରାଣୀ ଦିବସ

1 min
320



ଆଜି ବିଶ୍ୱ ପ୍ରାଣୀ ଦିବସ ଅଟଇ

ଏକଥା ନିରୀହ ପଶୁ କି ଜାଣଇ ।

ତାର ମନ କଥା କିଏବା ବୁଝଇ

କେବଳ କବିଟି କବିତା ଲେଖଇ।

ନିଜେ ଲେଖି ନିଜେ ପଢ଼ିବାଟା ସାର

ଯାଏ ଆସେ କିବା ଥାଏ ପଶୁଙ୍କର।

ସେଥିପାଇଁ କରେ ନିବେଦନ ଚ୍ଛାର

କଥାଟି ବୁଝିବା ପାଇଁ ଚେଷ୍ଟା କର।

ଆସ ଆସ ଭାଇ ଭଉଣୀ ମୋହର

ମିଳିମିଶି ସେବା କରିବା ପଶୁଙ୍କର।

ଭଲ ଭଲ ଖାଦ୍ୟ ଖୁଆଇ ପିଆଇ

ଯତନ କରିବା ସ୍ଵାଧିନତା ଦେଇ।

ଚିନ୍ତିବା ତାଙ୍କରି ହିତ ପାଇଁ କିଛି

ରଚିବା ଜଙ୍ଗଲ ସୁରକ୍ଷାକୁ ଇଛି।

ବିନା ଦୋଷେ ପ୍ରାଣୀ ବଧିବାନି ଆମେ

ସ୍ନେହ ଶ୍ରଦ୍ଧା ଦେଇ ଲଗାଇବା କାମେ।

ମନରେ ରଖିବା ପ୍ରାଣୀ ପ୍ରତି ଦୟା

ଯତ୍ନ କରୁଥିବା ସାଜି ଜଣେ ଆୟା।

ମାନବିକତାର ବିକାଶ ହୋଇବ

ପ୍ରାଣୀଟି ଆମକୁ ଭୟ ନ କରିବ।

ଭଲ ପାଉଥିବ ଜୀବନରେ ତାର

ପରିଚୟ ଦେଇ ହୃଦୟବତ୍ତାର ।


Rate this content
Log in

Similar oriya poem from Inspirational