STORYMIRROR

Dharitri Das

Children Stories

3  

Dharitri Das

Children Stories

ପଖାଳ ଦିବସ

ପଖାଳ ଦିବସ

1 min
8


ଓଡ଼ିଆ ଜାତିର ପଖାଳ କଂସାକୁ

    ଶାଗ ଭଜା ବଢ଼ି ଚୁରା

ଆଶା ମେଣ୍ଟି ଯାଏ ଶାନ୍ତି ଲଭିଥାଏ

     ଖାଇଦେଲେ ପେଟ ପୁରା।

ଏକଥାକୁ ଭୂଲି ନାହାଁନ୍ତି ଆଜିର

     ଓଡ଼ିଶାର ପୂର ପଲ୍ଲୀ

ଅବା ସହରର ଆଧୁନିକା ନାରୀ

     ସାଜିଛନ୍ତି ଘରବାଲି।

ପଖାଳ ସାଥିରେ ଶାଗ ବଢ଼ିଚୁରା

    ବାଡି ବାଇଗଣ ପୋଡ଼ା

ଚିପସ୍ ପାମ୍ପଡ ମାଛ ଭଜା ଦହି

    ସହ ରାଇତା ଯେ ଖଡା।

ଯେଉଁ ରାଇଜର ଠାକୁର ଖାଆନ୍ତି

      ନିଇତି ଟଙ୍କ ତୋରାଣି

ସେହିଠାରେ ନର ନାରୀ ଭୁଲିବେକି

      ତାଙ୍କର ପଖାଳ ପାଣି।

ସଜ ପଖାଳକୁ ବସାଦହି ଥିଲେ

    ପାଟିରୁ ଗଡ଼ଇ ଲାଳ

ଅରୁଚି ଛାଡ଼ଇ ଖାଇଦେଲେ ଥରେ

     ଖଟା ସାଥିରେ ପଖାଳ।

ଆସ ଆସ ଭାଇ ମିଳିମିଶି ଆମେ

     ପାଳି ପଖାଳ ଦିବସ

ମାର୍ଚ୍ଚ କୋଡ଼ିଏକୁ ସଫଳ କରିବା

     ହୋଇଣ ସର୍ବେ ହରଷ।



Rate this content
Log in