STORYMIRROR

Dharitri Das

Children Stories

3  

Dharitri Das

Children Stories

ପଖାଳ ଦିବସ

ପଖାଳ ଦିବସ

1 min
14


ଓଡ଼ିଆ ଜାତିର ପଖାଳ କଂସାକୁ

    ଶାଗ ଭଜା ବଢ଼ି ଚୁରା

ଆଶା ମେଣ୍ଟି ଯାଏ ଶାନ୍ତି ଲଭିଥାଏ

     ଖାଇଦେଲେ ପେଟ ପୁରା।

ଏକଥାକୁ ଭୂଲି ନାହାଁନ୍ତି ଆଜିର

     ଓଡ଼ିଶାର ପୂର ପଲ୍ଲୀ

ଅବା ସହରର ଆଧୁନିକା ନାରୀ

     ସାଜିଛନ୍ତି ଘରବାଲି।

ପଖାଳ ସାଥିରେ ଶାଗ ବଢ଼ିଚୁରା

    ବାଡି ବାଇଗଣ ପୋଡ଼ା

ଚିପସ୍ ପାମ୍ପଡ ମାଛ ଭଜା ଦହି

    ସହ ରାଇତା ଯେ ଖଡା।

ଯେଉଁ ରାଇଜର ଠାକୁର ଖାଆନ୍ତି

      ନିଇତି ଟଙ୍କ ତୋରାଣି

ସେହିଠାରେ ନର ନାରୀ ଭୁଲିବେକି

      ତାଙ୍କର ପଖାଳ ପାଣି।

ସଜ ପଖାଳକୁ ବସାଦହି ଥିଲେ

    ପାଟିରୁ ଗଡ଼ଇ ଲାଳ

ଅରୁଚି ଛାଡ଼ଇ ଖାଇଦେଲେ ଥରେ

     ଖଟା ସାଥିରେ ପଖାଳ।

ଆସ ଆସ ଭାଇ ମିଳିମିଶି ଆମେ

     ପାଳି ପଖାଳ ଦିବସ

ମାର୍ଚ୍ଚ କୋଡ଼ିଏକୁ ସଫଳ କରିବା

     ହୋଇଣ ସର୍ବେ ହରଷ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍