Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharitri Das

Tragedy

3  

Dharitri Das

Tragedy

ଦୀପାଳୀ

ଦୀପାଳୀ

1 min
133



ଜାଳିଛି ଦୀପାଳୀ ଦୁଆର ମୁହଁରେ

    ବଡ ବଡୁଆ ହେ ଆସ

ଖୁସି ହୋଇ ତୁମେ ଫେରିଯାଅ ପୁଣି

    ଆମକୁ ଦେଇ ଆଶିଷ।

 ଏହି ଦୀପ ଶିଖା ଜାଳି ଦେଉ ଆମ

    ଭିତରର କୁସଂସ୍କାର

ଭରିଦେଉ ମନେ ଭାତ୍ରୁ ଭାବନାକୁ

    ହେବୁ ଆନନ୍ଦ ଅପାର।

ଦୀପର ଶିଖାରେ ଆଲୋକିତ ହେଉ

    ଆମରି ଦେଶ ଭାରତ

ଧନ ସମ୍ପଦରେ ସ୍ନେହ ସରାଗରେ

   ସଭିଙ୍କୁ କରୁ ମୋହିତ।

କର ମାତ ଦୟା ବିଶ୍ବରେ ବିଦିତ

   ହେଉ ମୋ ଦେଶ ଭାରତ

ନାରୀଙ୍କୁ ସମ୍ମାନ ମିଳୁଥାଉ ସଦା

   ଖଣ୍ଡନ ହେଉ ଦୁରିତ।

ଶ୍ରଦ୍ଧାର ସୁମନ ଘେନ ମାତା ଲକ୍ଷ୍ମୀ

    ଆଜନ୍ମ ମୂରୁଖ ମୁହିଁ

ଜାଣେ ନାହିଁ ପୂଜା ପଦ୍ଧତି କିଛି ହିଁ

   ଦିଅ ବାରେ ମୋତେ କହି।

 ଜାଳିଦିଅ ମାତ ଗର୍ବ ଅହଙ୍କାର

  ଦୀପର ଶୀଖାରେ ଏବେ

ବିଶ୍ଵ ହିତେ ବିତୁ ଜୀବନ ପ୍ରଦୀପ

   ଆକାଶ ଦୀପ ପ୍ରଭାବେ।




Rate this content
Log in

Similar oriya poem from Tragedy