Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR PRASANTA KUMAR BISWAL

Tragedy Others

3  

DR PRASANTA KUMAR BISWAL

Tragedy Others

ଆଜିର ନେତା

ଆଜିର ନେତା

1 min
136



ନର ନାରାୟଣ ଜୀବନରେ ପଣ

ରଖେ ଯେ ଚିନ୍ତା ଚେତନାରେ

ମାଧବକୁ ପାଏ ମାନବ ଭିତରେ

ପୁରୁଶୋତ୍ତମ ଏ ସଂସାରେ ।1

ନିଜ ସ୍ୱାର୍ଥ ତେଜି ପର ହିତ ଲାଗି

ଜୀବନକୁ ବାଜି ଲଗାଏ

ନିଜ ହୃଦ ଜଳେ ଦୁଃଖର ଅନଳେ

ସୁଖ ସଦା ପରଷି ଥାଏ ।2

କାମିନୀ କାଞ୍ଚନ ଏ ଦୁଇ ବନ୍ଧନ

ବାନ୍ଧି ପାରେ ନାହିଁ ସହଜେ

ବିନା ବେତନରେ ସେବା ଯତନରେ

କରିଥାନ୍ତି ସଦା ମଉଜେ।3

ପ୍ରଜା ପାଳି ନିତି ସୁଖ ସଦା ଦିଏ

ପରମ ଆରାଧ୍ୟ ଅଟଇ

ଆମ ଏ ମାଟିରେ ବରପୁତ୍ର ସିଏ

ଋଣ ଶୁଝି ନପାରେ ମହୀ।4

ଆଜି ବିପରୀତ ଏ ସାରା ଜଗତ

 ସେବା କାହା ମନରେ ନାହିଁ

ନେଇ ନେଇ ଯିଏ ଖୋଳ କରିଲାଣି

ସଂସାରେ ନେତା ସେ ବୋଲଇ।5

ସେବା କରିବାକୁ ସୁଯୋଗ ମାଗନ୍ତି

ଗାଦି ତ ମିଳିବା ଆଗରୁ

ନେତା ହେଲା ପରେ ଭୁଲନ୍ତି ସକଳ

କଥା କୁହନ୍ତି ଖାଲି ସରୁ।6

ପାଦ ଛୁଇଁ ଦିନେ ଭିକ୍ଷା ମାଗୁଥିଲା

ଭୋଟ ଖଣ୍ଡିଏ ପାଇବାକୁ

ନିର୍ବାଚିତ ପରେ ଧିକ୍କାର କରନ୍ତି 

ଏ ଜନତା ଜନାର୍ଦ୍ଦନଙ୍କୁ ।7

ଟେନସନ୍ ନେ଼ଇ ପେନସନ୍ ଦେବୁ

 ସବୁ ବିପଦୁ ଉଦ୍ଧରିବୁ

ଯେତେ ପ୍ରତିଶ୍ରୁତି ସବୁ ଧୋଇଦେଲେ

ନିଜ ଭତ୍ତା ବଢାଇ ସବୁ।8

ଦରମା ବଢିଲା ଭତ୍ତା ଉଛୁଳିଲା

ଦୂର ହେଲା ଅନ୍ଧାର ରାତି

ଏଣେ ଏ ମଣିଷ ଛୁଆକୁ ବିକଇ

ପେଟ ଚାଖଣ୍ଡେ ଲାଗି ନିତି।9

ତୁମେ ପୂର୍ଣ୍ଣ ହେଲ ସଂସଦ ଭବନେ

ଦେଶ ହେବ ଏବେ ଉନ୍ନତି 

ଦୁଃଖ କିନ୍ତୁ ଆମ ଦୂର ହେଲା ନାହିଁ

ଅଭାବେ ମରଇ ନିଇତି ।10

ଏହି ମାଟି ପାଣି ଦେହେ ଦେଲା ବଳ

ସୁଖ ବି ଦେଉଛି ମଣିଷ

ସବୁ ଭୁଲି ଯାଇ କୃତଘ୍ନ ହୋଇଛି

ବିଶ୍ୱାସେ ଦିଏ ସେ ବିଷ ।11


Rate this content
Log in

Similar oriya poem from Tragedy