STORYMIRROR

DR PRASANTA KUMAR BISWAL

Classics Inspirational Children

4  

DR PRASANTA KUMAR BISWAL

Classics Inspirational Children

ଅପହଞ୍ଚ ତୁମ ସପନ

ଅପହଞ୍ଚ ତୁମ ସପନ

1 min
369


ଗାନ୍ଧୀ....

ନୁହେଁ ସେ ଏକ ବ୍ୟକ୍ତି 

ଏକ ଅବ୍ୟକ୍ତ ଆବେଗିକ ଆସକ୍ତି

ତାଙ୍କ ବିଚାର ଦର୍ଶନେ ପ୍ରଲୁବ୍ଧ ଯେତକ

ଭବ ସାଗରୁ ମିଳିଥାଏ ମୁକ୍ତି.

ଗାନ୍ଧୀ....

ସେ ଏକ ଅମ୍ଲାନ ସଂସ୍କାର

ତାଙ୍କ ବିଚାର ଆଧାରରେ ମିଳେ

ବିଭିନ୍ନତା ରେ ପ୍ରଗାଢ଼ ଏକାକାର.

ଗାନ୍ଧୀ...

ଏକ ଅପ୍ରତିହତ ପ୍ରଗଳ୍ଭ ବାଦ

ସମସ୍ତ ବିବାଦର ସେ ଉର୍ଦ୍ଧ୍ୱ 

ଫିକାପଡ଼ିଯାଏ ଯେତେ ସବୁ ଅପବାଦ..

ଗାନ୍ଧୀ...

ଏକ ଅବିସ୍ମରଣୀୟ ପ୍ରତିଭାଧର ବ୍ୟକ୍ତିତ୍ୱ

ଆମ ଜାତିର ଏକାନ୍ତ ମାନ ମହତ

ଶିଥିଳ ହୃଦୟେ ବିଜୁଳି ଖେଳାଇ

ବେଗଗାମୀ କରେ ଜୀବନର ସ୍ରୋତ..

ଅଣୁଅସ୍ତ୍ର ଠାରୁ, ସତ୍ୟ ଅହିଂସା ତାଙ୍କ

ଆହୁରି ଶକ୍ତିଶାଳୀ 

ମାଟିମା, ମାତୃଭାଷାର ପ୍ରେମ

ତା ଠୁ ଯାଇଛି ବଳି,

ପ୍ରଚାର ପ୍ରସାର ବିମୁଖ ହୋଇ

ମାନବବାଦର ଜୟଧ୍ୱନି ଦେଇ

ବରିଥିଲେ ଜନ୍ମଭୂମିକୁ କର୍ମକ୍ଷେତ୍ର,

ଆଜିର ସମାଜ କିନ୍ତୁ ବଡ଼ ବିଚିତ୍ର

ପ୍ରତ୍ୟକ୍ଷରେ ଚହଟ ଚିକ୍କଣ

ଗାନ୍ଧିବାଦର ସଂକୀର୍ତ୍ତନ

ଶାଳୀନ ପ୍ରବଚନ

ବିଚିତ୍ର ସମ୍ମୋହନ.

ପଶ୍ଚାତେ କୁତ୍ସିତ ଆଚରଣ

ତୁମ ଅବର୍ତ୍ତମାନେ

ସବୁ ଅପହଞ୍ଚ ଲାଗେ ତୁମରି ସପନ...।।


Rate this content
Log in

Similar oriya poem from Classics