STORYMIRROR

DR PRASANTA KUMAR BISWAL

Classics Inspirational Children

4  

DR PRASANTA KUMAR BISWAL

Classics Inspirational Children

ଶବ୍ଦରେ ଶବ୍ଦରେ କବିତା ଲେଖିବି

ଶବ୍ଦରେ ଶବ୍ଦରେ କବିତା ଲେଖିବି

1 min
400


ଲେଖିବି ଲେଖିବି   କବିତା ଲେଖିବି

ଭାବୁଛି ମୁଁ କେତେ ଦିନୁ

ପ୍ରକୃତି କଥା ନା  ମଣିଷର ବ୍ୟଥା

ମାୟାର ଗ୍ରସିତ ତନୁ।

ଶବ୍ଦକୁ ଶବ୍ଦରେ ଛନ୍ଦିବି ଭାବରେ

ରଚିବି ସରଗ ପଥ

ଶବ୍ଦର ଭାଷାରେ ଶୁଦ୍ଧ ଚେତନାରେ

ଗଡ଼ିବ ଜୀବନ ରଥ।

ନୂଆ କଳ୍ପନାରେ ନୂଆ ଭାବନାରେ

ପୁଲକିତ ହୁଏ ମନ

ମଣିଷ ହୃଦୟେ ଅଙ୍କୁରିତ ହେବ

ମଣିଷର ସଦ୍ ଜ୍ଞାନ।

ଯେଉଁଠି ନଥିବ ଶୋଷଣ ଲୁଣ୍ଠନ

ଅସହିଷ୍ଣୁତାର ଲେଶ

ମଣିଷ ଆଖିରେ କଥାରେ କାମରେ

ବୋଳୁନଥିବେ କେ ବିଷ।

ଶବ୍ଦରେ ଶବ୍ଦରେ ଫୁଟିବ କୁସୁମ

ଭାବମୟ ହେବ ଧରା

ଅପସରି ଯିବ ଅଶିବର ଗନ୍ଧ

ସଞ୍ଚରି ଜୀବନ ତୋରା।

ଶବ୍ଦରେ ଶବ୍ଦରେ ସର୍ଜନା କରିବି

ନୂଆ ସମାଜର ଗୀତି

ମାନବିକତାରେ ହୃଦୟ ବାନ୍ଧିବି

ଛାତିକୁ ମିଶାଇ ଛାତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics