Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR PRASANTA KUMAR BISWAL

Classics Inspirational Children

4  

DR PRASANTA KUMAR BISWAL

Classics Inspirational Children

ବଉ

ବଉ

1 min
418



ବଉ

ସୋନାର ଫସଲେ ଗହମ କ୍ଷେତ

ମନ ପବନର ନୀଳଚକ୍ର ନେତ  ।

ବଉ

ସତେ କୋଶୀଳା ଶାଗ ବଡ଼ିଚୁରା

ମଳୟ ବସନ୍ତର ନାଲି କୃଷ୍ଣ ଚୁଡା  ।

ବଉ

ଆଈମା କାହାଣୀର ଅସୁରିଣୀ ଗପ

ନିଦାଘ ଝାଂଜି ଖରାର ନରମ ସପ ।

ବଉ

ଶରତ ଋତୁରେ କାଶତଣ୍ଡୀ ଫୁଲ

ସବୁ ଅଳି ପାଖରେ ଅତୁଟ ଗେଲ ।

ବଉ

ଆମ୍ବ କଷି ସାଥେ ଅଳପ ବାସି ପଖାଳ

ତୋଫା ତୋଫା ଜହ୍ନ ତା ପଣତ ଅଂଚଳ ।

ବଉ

ସାରା ଦୁନିଆରେ ସେଇ ତ ଅନୁପମ

ଭଙ୍ଗା ହୃଦୟର ସେ ଆରୋଗ୍ୟ ମଲମ ।


Rate this content
Log in

Similar oriya poem from Classics