ନାରୀ ନୁହେଁ ନାରାୟଣୀ
ନାରୀ ନୁହେଁ ନାରାୟଣୀ
ଦୁନିଆର ଏକ ପ୍ରଗାଢ ବିଶ୍ବାସ
ସମସ୍ତ ବୋଝର ଉଶ୍ବାସ
ଭଗ୍ନ ହୃଦୟକୁ କରେନି ନିରାଶ
ମୃତ ପୃଥିବୀରେ
ସେ ହିଁ ତ କେବଳ ଶୁଦ୍ଧ ନିଶ୍ବାସ ।।
କେଉଁ ଗୁଣେ ବର୍ଣ୍ଣିବି
ସେ ଯେ ସବୁଗୁଣରେ ଆଭାସ
ସମସ୍ତ ଭାଷା ଭାବରେ ସେ ପ୍ରକାଶ।
ସେ ସ୍ବର୍ଗର ପରୀ
ଅଶିବର ବଇରୀ
ଶୀତ ସକାଳର କିରଣ
ସୁମନ ସୁଗନ୍ଧର ବରଣ
ସେ ଘନ ଅନ୍ଧାରର ଉଜାଲା
ସେ ମୋ ସମସ୍ତ କ୍ରୋଧର ପରା ତାଲା।।
ସେ ସମାଜର ସଭ୍ଯ ଆଚରଣ
ଜୀବନ କଳାର ଜୀବନ୍ତ ଉଦାହରଣ ।
ପାହାଡ ଚୋଟିର ସୁନେଲି କିରଣ
ଭଙ୍ଗା ଘରର ଚକାଚକା ଜହ୍ନ
ମୋ ଅନ୍ଧ ଆଖିର ଦିବ୍ଯ ଅଂଜନ
ଏ ଧରାଧାମର ପ୍ରୀତି ସମ୍ମୋହନ
ଉଦୁଉଦିଆ ଖରାର ଶୀତଳଛାୟା
ବିବିଧ ରୂପର ମଧୁର ମାୟା
ପରିବାରକୁ ସ୍ବର୍ଗ ଗଢିବାରେ ସେ ନିପୁଣା
ପଦସିକ୍ତନେ ତାର ପୃଥିବୀ ହୁଏ ଧନ୍ଯା
ସେ ଏମିତି ଏକ ସୁନ୍ଦର ନିର୍ଝରିଣୀ
କଳା ନାଦ ତାର
ରୁମଝୁମ ପାଦ ତାର
ମନ ମାନସୀ ସେ ମନ ମୋହିନୀ।
ସତେ ଅବା ଆକାଶଗଙ୍ଗା ପାତକ ନାଶିନୀ ।।
ଉଦାସ ଆକାଶେ ଶରତର ଜହ୍ନ ସେ
ବସନ୍ତର ମଳୟ ପବନ ସେ।
ସେ ନାରୀ ନୁହେଁ ନାରାୟଣୀ
କାଣିଚାଏ ସ୍ନେହରେ ଚାକରାଣୀ
ପାପିଙ୍କ ଲାଗି ସେ ଦୁର୍ଗତୀ ନାଶିନୀ
ମମତାର ଜାହ୍ନବୀ ସେ
ପ୍ଳାବିତ କରେ ସାରା ଧରଣୀ
ଶବ ପ୍ରାଣେ ଜୀବନୀ
ସେ ନାରୀ ନୁହଁ ନାରୟଣୀ।।।