Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR PRASANTA KUMAR BISWAL

Abstract Inspirational Children

3  

DR PRASANTA KUMAR BISWAL

Abstract Inspirational Children

ଆଜିର ପଦ ଅସ୍ମିତା

ଆଜିର ପଦ ଅସ୍ମିତା

1 min
127



ଝାପସା ହୋଇ ଆସିଲାଣି

ଯେତେସବୁ ଆତ୍ମୀୟତା,

ହଜିଗଲାଣି ସବୁ ସମ୍ପର୍କରେ

ଏକାନ୍ନବର୍ତ୍ତୀ ସହୋଦରତା l

ନିଃସହାୟ ର ଲୁହ ମାନେ

କେବେ ଠୁ ଲୁଚିଲେଣି

ଭୌତିକ ସୁଖର ମହ ମହ ବାସ୍ନା ରେ

ଲେଉଟିଲାଣି ଲେଖାଜୁଖାର ଯେତେ ସମ୍ପର୍କ

କାମପିଆରା ବନ୍ଧୁ, ସୂର୍ଯ୍ୟ ବନ୍ଧୁ ଭିଡରେ l

ସୁଖର ବତ୍ରିଶ ସିଂହାସନ ବିରାଜିତ 

ସଜ ସପନରେ ଭୋଗ ଭରା ଆଖି

ପହିଲି ଫଗୁଣ ଛୁଆଁ l

ଭଅଁର ବି ବାଟଭୁଲି ଯାଉଛି ଲାଖି 

ମେଞ୍ଚା ମେଞ୍ଚା ଅହଂକାର

ସ୍ୱାର୍ଥ ଶଠତା ଛଳନାର ଛି ଛିକାର l

ଫିକା ପଡିଯାଉଛି

ପ୍ରୀତି ପିୟୁଷ ର ଶାଶ୍ବତ ମାନବିକତା

ସତେ ଅବା ଆଜିର ଯୁଗରେ ଏ

ପଦ ପଦବୀର ଅସ୍ମିତା।


Rate this content
Log in

Similar oriya poem from Abstract