Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DR PRASANTA KUMAR BISWAL

Action Classics Inspirational

3  

DR PRASANTA KUMAR BISWAL

Action Classics Inspirational

ଦରବାର

ଦରବାର

1 min
179



କେତେ ପୁଣ୍ୟ ବଳେ  ମଣିଷ ଜନମ

ପାଇଅଛୁ ଧରା ତଳେ.

କରମ ବରଜି   ଅକର୍ମ ଅରଜି

            (ମୁଁ -କାର ସରଜି )

  ଅହଂ ରମନ୍ତି ସକଳେ.1

କ୍ଷମତା ର ବଳେ   କଷ୍ଟ ଦେଉଛ

ଜନତାଙ୍କୁ ଇଛା ମତେ

ସଦଭାବନା କେବେ  ସମ୍ଭବ ହୋଇବ

 ଅସହିଷ୍ଣୁ ହୁଅ ଏତେ.2

ଦେଶ ର ବୈଭବ  ଲୁଣ୍ଠନ କରୁଚ

ସାଧୁ ବୋଲାଇ ଭବେ.

ପଦ ପଦବୀର ଅପମାନ କେତେ

ଜାଣନ୍ତି ଜନତା ସର୍ବେ.3

ତୁମ ବାହୁ ବଳେ  ଭୟରେ ନୀରବେ.

ଦିନ ଗଣୁଛନ୍ତି ଆଜି

ସ୍ୱାଧୀନ ଚେତା ଯେ  ଖୋଲୁଥିଲା ମୁହଁ

ଫସାଅ ଲଗାଇ ବାଜି.4

ତୋସାମଦିଆଙ୍କ ଭିଡ଼ରେ ରହିଣ

ଚିହ୍ନି ତ ପାରୁନ ସତ୍ୟ.

ତୋସାମଦିଆର କୁକୁର ପ୍ରକୃତି

ସ୍ୱାର୍ଥ ଲାଗି ହୁଏ ଭୃତ୍ୟ.5

ସଯତ୍ନେ ରଚାଇ  ସୁରକ୍ଷା ବଳୟ

ମଣୁ ଅଛ ନିରାପଦ

ଦେଶ ର ରକ୍ଷକ  ଡିଣ୍ଡିମ ବଜାଇ

ସଭିଙ୍କୁ ଶୁଙ୍ଘାଅ ଗଦ.6

ଅଢେଇ ଦିନର  କୁଣିଆ ହୋଇତୁ

ଧରା କୁ ମଣୁଛୁ ସରା.

ପ୍ରାରବ୍ଧ ସରିଲେ  ଫେରିବୁ ନିଶ୍ଚିତ

ଜୀବ ବୁଦବୁଦ ପରା.7

ତୁମ ଦରବାରେ  ଭଲ ର ମନ୍ଦର

ଅଜବ ବିଚାର ଚାଲେ.

ସ୍ୱାର୍ଥ ପାଇଁ କି  ପାପଟାକୁ ତୁମେ

ପୁଣ୍ୟ ବିଚାର ଭଲେ.8

ତୋ ପାପ ପୁଣ୍ୟ ର  ହିସାବ ହୋଇବ

ଭାଟ ତ ନଥିବେ ଭାଇ .

ପାପ ଟାକୁ ଏଠି  ପୁଣ୍ୟ ଲାଗିଥିଲା

ସେଠି ଶୁଣିବେନି କେହି::::9



Rate this content
Log in

Similar oriya poem from Action