STORYMIRROR

DR PRASANTA KUMAR BISWAL

Classics Inspirational Children

3  

DR PRASANTA KUMAR BISWAL

Classics Inspirational Children

କେଡେ ମହାନ ଆମ ଏହିଦେଶ

କେଡେ ମହାନ ଆମ ଏହିଦେଶ

1 min
139


କେଡେ ମହାନ ଆମ ଏହିଦେଶ

ଯା ପାଦ ଧୋଉଛି......3ଥର

ଯା ପାଦ ଧୋଉଛି ଗଙ୍ଗାର ପୀୟୂଷ.. (ଘୋଷା)

ତାଜାତି ପ୍ରେମରେ ଭିଜିଗଲା ପରେ

ହୃଦୟ ହୁଏ ସୁଷମା

ମୋ ମାଟି ମା....

ତାହାରି ଆଶ୍ରା ରେ ରହେ ମୁଁ ସୁଖରେ

ପାଶୋରି ଦୁଃଖର ସୀମା

ମୋ ମାଟି ମା....

ତାହାରି ଦୟାରେ...3ଥର

ତାହାରି ଦୟାରେ   ହସଫୁଟେ ବାରମାସ

କେଡେ ମହାନ ଆମ ଏହି ଦେଶ...(.ଘୋଷା )

ମୋମାଟି ମୋଦେଶ    ତାକୀର୍ତ୍ତି ତାଯଶ

ଅନ୍ଧାରେ ସତେ ଚନ୍ଦ୍ରମା

ମୋ ମାଟି ମା.......

ଦିଏ ସେ ଜୀବନ ତା ପାଣି ପବନ

ନପୁଜି ତା ପ୍ରତିମା

ମୋ ମାଟି ମା......

ଏଇଟି ଆରମ୍ଭ ଏଇଟି ଶେଷ

ରଖିବି ତା ନାମ ଥିବାଯାଏ ଶ୍ଵାସ

କେଡେ ମହାନ ଆମ ଏହି ଦେଶ...... (ଘୋଷା )


Rate this content
Log in

Similar oriya poem from Classics