STORYMIRROR

SUKANTA KHANDA

Tragedy

3  

SUKANTA KHANDA

Tragedy

ଅଦିନ ଝଡ଼

ଅଦିନ ଝଡ଼

1 min
159


ବସନ୍ତ ପବନ ବହେ ସୁଲୁସୁଲୁ

  ଦେହକୁ ଶୀତଳ କରେ

ମନ ଗହନରେ ଅସରନ୍ତି ସ୍ୱପ୍ନ

  ଆହ୍ୱାନ କରିଲି ବାରେ?୧


ମନେ ଭାବୁଥିଲି ନଦୀକୂଳେ ବସି

  ଦେଖିକି ସୂର୍ଯ୍ୟଙ୍କ ନାଲି

ଯୋଡି଼ ଦେଉଥିଲି ଦୁଇ କର ମୁହିଁ

  ଘର ପରିବାର ଭୁଲି।୨


ବାପା ମାଆ ଆଉ ପତ୍ନୀ ପୁତ୍ର ସବୁ

  ତୁଚ୍ଛ ହୋଇ ଯାଉଥିଲେ

କେବଳ ବସନ୍ତ ମଳୟ ପବନ

 ମନ ଚହଲାଇ ନେଲେ।୩


ଉଡି଼ଆସି ଏକ ପକ୍ଷୀଟିଏ ମୋତେ

 କହିଲା ଯାଅ ପଳେଇ

ଈଶ୍ୱର ନିର୍ଦ୍ଦେଶେ ସଇତାନ ତାର

 ଦେଲାଣି ଜିହ୍ୱା ମେଲେଇ।୪


ପାଖରେ ବସିକି ଅନନ୍ତ କାମନା

  ମୋର ପାଇଁ କହୁଥିଲା

ମୋର ମନ କିନ୍ତୁ ବସନ୍ତ ପାଇଁକି

  ଧନ୍ୟବାଦ ଦେଉଥିଲା।୫


ବୁଝି

ଲିନି ମୋଟେ ପକ୍ଷୀର ଭାବକୁ

  କାହିଁକି ବା ବାରମ୍ବାର

ରାବ ଦେଉଅଛି ସମ୍ମୁଖରେ ବସି

  କଥା ଏ ସତ୍ୟ ନିର୍ଝର?୬


ସମୟକୁ ଦେଖି ପକ୍ଷୀଟି ତାହାର

  ଯଥାଶୀଘ୍ର ଉଡିଗଲା

କଳା ହାଣ୍ଡିଆ ଏ ଆକାଶକୁ ଦେଖି

  ମୋର ମନ ଡରିଗଲା।୭


ଛେଚି ଦେଇଗଲା କୁଆପଥର ମୋ'

  ତାଳରୁ ତଳିପା ଯାଏ

ପଡି଼ଗଲି ତଳେ ଯାଇ ନ ପାରି ମୁଁ

 ମୋ' ଘର ପର୍ଯ୍ୟନ୍ତ ହାଏ।୮


ଶୀତଳ ହୋଇଲା ଏ ଦେହ ମୋହର

  ଚାଲିଲି ପରପାରିକୁ

ଯମ ହସି ଦେଇ କହିଲେ ତକ୍ଷଣେ

 କେମିତି ଲାଗେ ନିଜକୁ?୯


ବସନ୍ତ ନିଶ୍ଚୟ ଶୋଭାର ଭଣ୍ଡାର

  ପକ୍ଷୀ ବି ମିତ୍ର ସମାନ

କିନ୍ତୁ ମୁଁ ପକ୍ଷୀଙ୍କ କଥା ନ ବୁଝିବା

 ମୃତ୍ୟୁ ହୋଇଗଲା ଜାଣ।୧୦



Rate this content
Log in

Similar oriya poem from Tragedy