Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Dharitri Das

Abstract

4  

Dharitri Das

Abstract

ବିଶ୍ବରେ ବିଖ୍ୟାତ

ବିଶ୍ବରେ ବିଖ୍ୟାତ

1 min
394



ମୋ ଦେଶ ଭାରତ ସବୁଠାରୁ ଶ୍ରେଷ୍ଠ

    ବିଶ୍ବରେ ବିଖ୍ୟାତ ପରା

ତା ଗୁଣ ଗାଇବା ସାମର୍ଥ୍ୟ କାହାର

    ଯାହାକୁ ବହିଛି ଧରା।


କାଶ୍ମୀରରୁ କନ୍ୟା କୁମାରୀ ଲମ୍ବିଛି

     କଳେବର ସୁସୁନ୍ଦର

ଜନମ ଦେଇଛି କେତେ ଯେ ଲେଖକ

    ଲେଖିକାଙ୍କୁ ଗର୍ଭେ ତାର।


ଗଳ୍ପ କବିତାରେ ଯେତେ ରଚିଗଲେ

     କୀର୍ତ୍ତିରାଜି ଅସୁମାରୀ

ସମୁଦ୍ରକୁ ଶଙ୍ଖେ   ପରି ମନେହୁଏ

     ଗୁଣ ଗାନ ଯେ ତାହାରି।


ସେହି ମାଆ କୋଳେ ଜନମିଛେ ଆମେ

     ରଖିବା ତାହାର ଟେକ

ମହାନତା ଗୁଣେ  ମହିମା ରଚିବା 

   ମାଗିବାନି କେବେ ଭିକ।


ଦାରିଦ୍ର୍ୟତା ଠାରୁ ଦୂରେ ରହିବାକୁ

     କରୁଥିବା ପରିଶ୍ରମ

ସଭିଏଁ ସଭିଙ୍କୁ ସାହାଯ୍ୟ କରିବା

     ଭୁଲିଯିବା ପଥଶ୍ରମ।


ଅତି ଆପଣାର ଭାବିବା ଅନ୍ୟକୁ

    ଭାରତୀୟ ମନେ କରି

ଭାରତ ମାତାର ସନ୍ତାନ ଆମରେ

    ନାଚିବା ତ୍ରିରଙ୍ଗା ଧରି।



Rate this content
Log in

Similar oriya poem from Abstract