Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Dharitri Das

Abstract

3  

Dharitri Das

Abstract

ରାକ୍ଷୀ ତୁ ରହିଲୁ ସାକ୍ଷୀ

ରାକ୍ଷୀ ତୁ ରହିଲୁ ସାକ୍ଷୀ

1 min
187


ରାକ୍ଷୀରେ ରାକ୍ଷୀ ତୁ ରହିଲୁ ସାକ୍ଷୀ

ବାନ୍ଧିବି ତୋତେ ମୁଁ ଚନ୍ଦନ ମାଖି।

ଭାଇର ହାତରେ ପାଇବୁ ଶୋଭା

ଆପଦେ ବିପଦେ ହୋଇବ ଉଭା।

ସ୍ନେହ ଆଦରର ବନ୍ଧନ ହୋଇବୁ

ତହିଁରେ ଆମକୁ ବାନ୍ଧି ରଖିବୁ।

ବିଶ୍ଵାସର ବନ୍ଧ ବାନ୍ଧିବୁ ତୁହି

ଅବିଶ୍ବାସ ମନେ ଆଣିବୁ ନାହିଁ।

ଶରଧାର ମଞ୍ଜି ତୁହି ବୁଣିବୁ

ଜୀବନରେ ଆମ ଖୁସି ଭରିବୁ।

ଯେଉଁ ଖୁସି ଦେଖି ସାରା ଜଗତ

ହୋଇବ ଦିନେ ଆଶ୍ଚର୍ଯ୍ୟଚକିତ।

ଜଗତେ ରହିବ ତୋହରି ଯଶ

ଭାଇ ଭଉଣୀଙ୍କୁ କରିବୁ ବଶ।

ଶ୍ରାବଣ ପୂର୍ଣ୍ଣିମା ଆସିବ ଯେବେ

ଭଉଣୀ ଲୋଡ଼ିବେ ତୋତେରେ ତେବେ।



Rate this content
Log in

Similar oriya poem from Abstract