STORYMIRROR

Chittaranjan Nanda

Abstract Inspirational

3  

Chittaranjan Nanda

Abstract Inspirational

ଲୋଡା ମଣିଷପଣିଆ,ସମାଜପାଇଁ ଚିନ୍ତା

ଲୋଡା ମଣିଷପଣିଆ,ସମାଜପାଇଁ ଚିନ୍ତା

1 min
770


ମଣିଷ ମଣିଷ ମଧ୍ୟରେ 

ସମ୍ପର୍କର ଡୋର

ରହିଛି ରହିବ କରିଥିଲେ 

ଘର ସମାଜ ଭିତର..୧


ଜୀବନର ସମୁଦ୍ରରେ ନିଜର 

ଓ ପର ରହିଛି 

ସ୍ୱାର୍ଥ ରହିଛି, ବନ୍ଧା ଡୋର ତ 

ଛଡି ତ ଯାଉଛି..୨


ମଣିଷ ମନ ଭିତରେ ଆଜି 

ଭାବନା ରହୁଛି

ଭାସି ଯାଉ ଦୁନିଆଟା ନିଜର 

ନହେଉ କିଛି..୩


ନିଜ ସ୍ୱାର୍ଥ ପାଇଁ ଆମେ ସର୍ବଦା 

ଆଗକୁ ବଢୁଛୁ

ଅନ୍ୟ ଶିରେ ଗୋଡ଼ ଦେଇ ଉପରକୁ 

ଯିବା ଚିନ୍ତା ମନରେ ଥୋଉଛୁ..୪


କାହାକୁ ବିପଦ ଆସିଲେ ନିଜେ 

ଖୁସିରେ ନାଚୁଛ

ଆପେ ବଂଚିଲେ ବାପର ନାମେ 

ଯଦି ଲୁଚୁଛ...୫


ଅନ୍ୟ ପାଇଁ ନରହି ଦରଦ, ନିଜ 

ପାଇଁ ବ୍ୟସ୍ତ ଥାଉ

ନିଜର ମଙ୍ଗଳ କାମନା କରି 

ପରକୁ ଯନ୍ତ୍ରଣା ଦେଉ..୬


ଅସତ୍ୟ ଓ ହିଂସାବାଦ ଅସହ୍ୟ 

ତ ହେବ

ବିପଦ ଆପଦେ କୁହ କିଆଁ କିଏ 

ସାହାଯ୍ୟ କରିବ..୭


ପାଠ ପଢିଲେ ଖାଲି ପ୍ରସ୍ଫୁଟିତ 

ହୁଏ ନାହିଁ ମାନବିକତା

ତେଣୁ ଲୋଡା ମଣିଷ ପଣିଆ 

ଓ ମନ ମଧ୍ୟେ ସମାଜ ପାଇଁ ଚିନ୍ତା...୮


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract