STORYMIRROR

Anil kumar Pradhan

Abstract Others

3  

Anil kumar Pradhan

Abstract Others

ବସନ୍ତ ବାସ୍ନା

ବସନ୍ତ ବାସ୍ନା

1 min
144


ବସନ୍ତ ବାସୁଛି

ପ୍ରିୟା ପଣତରେ

ଅବିର ପାଖରେ ନେଇ

ହୋଲିରେ ଶୁଭୁଛି

ରକ୍ତଭିଜା ସ୍ୱର

କଳା କୃଷ୍ଣ କାହିଁ କାହିଁ....!


ବସନ୍ତ ବାସୁଛି

ଯୌବନ ଆକାଶେ 

ପଳାସ ଫୁଲକୁ ପାଇ

ଗାଆ ଦାଣ୍ଡ ସାରା

ଫଗୁଣ ଦିଶୁନି

ସ୍ୱର୍ଗ ଗ୍ରାମ କାହିଁ କାହିଁ...!!


ବସନ୍ତ ବାସୁଛି

ମହୁହା ମହୁଲେ

ଆମ୍ବ ବଉଳକୁ ଧରି

ବଂଶୀସ୍ଵନ ଆଉ

ଶୁଭୁନି ଏଦେଶେ

କିଏ କଲା ଏତେ ସରି...!!!


ବସନ୍ତ ବାସୁଛି

କୃଷ୍ଣଚୂଡ଼ା ସାଥେ

ବେତାଳ ତାଳ ପକାଇ

ବାସ୍ତବ ବସନ୍ତ

ସ୍ୱପ୍ନର ରାଇଜ

ଗଢିଛି କିଏ କିମ୍ପାଇ...!!!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract