STORYMIRROR

Tilottama Panigrahi

Abstract Others

3  

Tilottama Panigrahi

Abstract Others

ନାରୀ

ନାରୀ

1 min
656

ଯନ୍ତ୍ରଣାର ଗେହ୍ଲୀ ଜ୍ଞାତି ବୋଧେ ନାରୀ ,

 ସଂସାର ବୋଝରେ ମୁଣ୍ଡ ତା ' ର ଭାରି ।

 ନୁହେଁ ଅନ୍ୟ ପାଇଁ ଦୁର୍ଦ୍ଦଶା କି ବୈରୀ ,

 ହୁଏନା ଉଲଂଗ କେବେ ସେ ସ୍ୱେଛ୍ଛାଚାରୀ ।


 ସବୁ ଅଶୁଭ ଅବିଧିକୁ ପାରେ ସେ ନାଶୀ ,

 ସବୁ ନଅଣ୍ଟ ନିଂଦାକୁ ନିଏ ସେ ଗ୍ରାସୀ ।

 ସବୁ ସମସ୍ୟା ଅଶ୍ରୁ ଦିଏ ସେ ଶୋଷି ,

 ସବୁ ଦୁଃଖ ଦିଏ ନିଜ ଦେହେ ନେସି ।


 ନିଷ୍କଳଂକ ନିଃସର୍ତ୍ତ ନମୁନା ତା ' ପ୍ରେମ ,

 ଅସୀମ ନିଷ୍ଠା ସଦା ମନ ତା' ନିଷ୍କାମ ।

 ନୀତି ଆଚରଣେ ହୁଏ ଉଦାରତା ,

 ଅନ୍ୟ ଦୁଃଖେ ପାଏ ମାତ୍ରାଧିକ ବ୍ୟଥା ।


 ନିଜ ପ୍ରେମ ବାଣ୍ଟିବାକୁ ସେ ଅସମର୍ଥ ଭାରି,

 ଅବୟବ ଧରି କେହି ହୋଇପାରେ ନା ନାରୀ ।


  ( ଉଲଂଗ - ଅନାବୃତ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract