STORYMIRROR

Binata Mohanta

Abstract Inspirational

3  

Binata Mohanta

Abstract Inspirational

ରଙ୍ଗର କାହାଣୀ

ରଙ୍ଗର କାହାଣୀ

1 min
233

 ପ୍ରତ୍ୟେକଟି ରଙ୍ଗର ଥାଏ

             ଏକ ସ୍ୱତନ୍ତ୍ର କାହାଣୀ

 ଏହି ରଙ୍ଗର ମିଶ୍ରଣ ବଦଳାଇ ଥାଏ

              ମନୁଷ୍ୟର ଜୀବନୀ

 ଯଦି ଏଥି ମଧ୍ୟରୁ ବାହାରି ଯାଏ ଗୋଟିଏ ରଙ୍ଗ, 

              ଜୀବନ ହୋଇବ ବେରଙ୍ଗ

 ସୁନ୍ଦର ରଙ୍ଗୀନ ଜୀବନ ନିମନ୍ତେ 

              ଏକତ୍ରିକରଣ କରିବା ସମସ୍ତ ରଙ୍ଗ ।।

  

  ଶ୍ଵେତ ରଙ୍ଗ ଦ୍ରବିତ ମନକୁ 

              କରିଦିଏ ଶାନ୍ତ

  ସବୁଜ ରଙ୍ଗ ପ୍ରତ୍ୟେକ କ୍ଷେତକୁ

              କରିଦିଏ ହରିତ

  ହଳଦୀ ରଙ୍ଗର ପତିତପାବନ ଉଡୁଥାଏ

              ମନ୍ଦିର ଚୁଳେ

  ନୀଳ ରଙ୍ଗ ନିୟନ୍ତ୍ରଣ କରେ ଉଦାସିନ ମନକୁ

               ଭାବ ବିହ୍ୱଳେ।।

  

  ଗୋଲାପୀ ରଙ୍ଗ ଚହଟି ଉଠେ

              ଗୋଲାପୀ ଗାଲେ,  

  ନାଲି ରଙ୍ଗ ପୁଣି ଝଟକି ଉଠେ

              ପ୍ରତିଦିନ ପୂର୍ବାକାଶେ

  କଳାରଙ୍ଗ ଭରିଦିଏ କଳା କପାଟ 

              କୋହ ଭରା କ୍ରନ୍ଦନ

  କମଳା ରଙ୍ଗ ପ୍ରେରଣା ଦିଏ 

             ବୀର ବୀରାଙ୍ଗନାଙ୍କ ବନ୍ଦନ ।। 


  ପ୍ରତ୍ୟେକ ବରଷ ବରଷୁ ଥିଲା

               ବରଷା ରଙ୍ଗର

  ନାଲି, ହଳଦୀଆ, ଗୋଲାପୀ,ନୀଳ ରଙ୍ଗ

               ମିଶ୍ରଣର ସମାହାର

  ଆକାଶେ ମେଲିଛି ଯେପରି ଇନ୍ଦ୍ରଧନୁ

               ରଙ୍ଗର ପାସର

  ଆସିଲା ହୋଲି ଏବର୍ଷ ମଧ୍ୟ ନେଇ

               ରଙ୍ଗର ଉପହାର ।। 


  କିନ୍ତୁ କାହିଁକି ଲାଗୁଛି ହୋଲି 

              ଏବର୍ଷ ବେରଙ୍ଗ

  ଉଭାଇ ଯାଇଛି କୁଆଡେ଼ ସୁଆଦିଆ

               ଭାଙ୍ଗର ତରଙ୍ଗ

  କିନ୍ତୁ ଲାଗୁଛି ସମୟ ଏବେ ହସ୍ତକ୍ଷେପ କରି 

               ବଦଳାଇବ ସମନ୍ୱୟ

  ସନ୍ଧ୍ୟାର କାଳିମା ହେବ ଦୂରିଭୂତ

               ହୋଇବ ନୂତନ ସୂର୍ଯ୍ୟଦୟ ।। 


           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract