STORYMIRROR

Biswajita Baral

Abstract Others

3  

Biswajita Baral

Abstract Others

ଫଗୁଣ ଆସିଛି

ଫଗୁଣ ଆସିଛି

1 min
726


ଫଗୁଣ ଆସିଛି ଋତୁ ବସନ୍ତରେ ,

ଫଗୁଣ ତ ଆସେ ଝରା ଶେଫାଳୀରେ ।

ସବୁ ସ୍ୱପ୍ନ ହଜେ କିଛି ମୁହୂର୍ତ୍ତରେ ,

ଛମଛମ କରେ ରଙ୍ଗ ମେଲଣରେ ।

ମାଦକତା ଭରେ ମନ ଇଲାକାରେ ,

ନୂଆ ଶିହରଣ ମଳୟ ବାଆରେ ।

ପୃଥିବୀର ମଧୁ ନବ ଯାୈବନରେ ,

ପରିପୂର୍ଣ୍ଣ ଶୋଭା ରୂପ ମାଧୁର୍ଯ୍ଯରେ ।

ଆମ୍ବ୍ରକୁଞ୍ଜେ କୋଇଲି କୁହୁତାନରେ ,

 ବଉଳର ମହମହ ବାସନାରେ।

ମହୁଲ ଫୁଲର ମହୁଲି ନିଶାରେ ,

ହଳଦୀ ବସନ୍ତ ସୁନେଲୀ ଡେଣାରେ।

ଅଳସ ଭାଙ୍ଗଇ ପଳାସ ବୃକ୍ଷରେ ,

କୃଷ୍ଣଚୂଡ଼ା ନାଲି ନାଲି ରୋଷଣୀରେ।

ବଧୁଲି ଫୁଲର ମଧୁର ହସରେ ,

କୋମଳ ପତ୍ରର ସବୁଜ ସମ୍ଭାରେ ।

କଳା ଭଅଁରର ମଧୁପ ଚୁମ୍ବନେ ,

ଋତୁ ବସନ୍ତକୁ କହେ କାନେ କାନେ ।

ମୃଦୁ ମଳୟର ମନ୍ଦ ପ୍ରବାହରେ ,

ହୋଲିରଙ୍ଗ ଆଉ ଦୋଳ ପୂନେଇଁରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract