STORYMIRROR

Mamatamanjari Das

Abstract

3  

Mamatamanjari Das

Abstract

ଆସିଛି ପରାରେ ହୋଲି

ଆସିଛି ପରାରେ ହୋଲି

1 min
199

ଦୋଳ ବିମାନରେ ଦେଖ ରାଧା କୃଷ୍ଣ

ଆସୁଛନ୍ତିଝୁଲି ଝୁଲି

ଇନ୍ଦ୍ରଧନୁରୁ ସାତ ରଙ୍ଗ ଭରି

ଆସିଛି ପ୍ରିତୀର ହୋଲି।


ମୃଦୁ ସମୀରଣେ କୋକିଳ କୂଜନେ

ମନ ହୁଏ ବିମୋହିତ

ରଙ୍ଗର ପସରା ହାତରେ ଧରି

ଆସୁଅଛି ଯେ ବସନ୍ତ।


ପ୍ରେମର ପରଶ ଢାଳିଦିଅ ମିତ

ରଙ୍ଗ ଅଭିରରେ ହୁଅ ସଜେଇ

ହୃଦୟ ମନ୍ଦିରେ ପିରତୀ ଜଗାଅ

ବିଭୁ ପାଦେ ମନ ଦେଇ ।


ଦୋଳଯାତ ପରା ପ୍ରିତୀର ପ୍ରତୀକ

କହ୍ନେଇ ଖେଳୁଛି ହୋଲି

ହସ ଓ ହସାଅ ହସିଚାଲ ବନ୍ଧୁ

ସବୁ ମାନ ଅଭିମାନ ଭୁଲି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract