STORYMIRROR

Bk Dasadhikari

Abstract

3  

Bk Dasadhikari

Abstract

ପ୍ରେମ

ପ୍ରେମ

1 min
377


ପ୍ରେମ!! ଜୀବ ସତ୍ତାରେ ତୁମ ଅନୁଭବର

ଜନ୍ମ ତାରିଖ ଲେଖା ହେବାର

କେଉଁ ଅନନ୍ତ କାଳରୁ ତୁମେ ରହିଛି କେଜାଣି? ପବନ ପରି ପ୍ରାଣ ଦାୟି, ଅଦୃଶ୍ୟ ଓ ସର୍ବ ବ୍ୟାପି!

ମାୟା ର ଆବର୍ତ୍ତ ରେ ଖଣ୍ଡି ପହଁରା ଦେଇ ଭାବିନେଲି ତୁମ ସଂଜ୍ଞା କେବଳ

ପ୍ରିୟତମାର ସମୁଦ୍ରବ୍ୟାପି ମତୁଆଲା ଆକର୍ଷଣ! ସେଠି ଅଟକି କାମନା ଲହଡି

ଭାଙ୍ଗି ଭାଙ୍ଗି ଦେଖିଲି ଆତ୍ମ ପୁରୁଷ ଟି ଯେଉଁ ଭୋକିଲା କୁ ସେଇ ଭୋକିଲା  ତାକୁ ବା କେମିତି ଦେବି ତୁମ ପୂର୍ଣ୍ଣତାର

ନାମ ପ୍ରେମ?

ପ୍ରେମ କଣ ଜ଼ମାଟୋ ଡେଲିଭେରୀ ବୟ ଦିଆ ଫାଷ୍ଟ ଫୁଡ ମଉଜ, ମସ୍ତି ?

ପ୍ରେମ ତ ଛଳ ଛଳ ଅଥଚ ନିଶ୍ଚଳ

ଆବେଗ ରହିତ କିନ୍ତୁ ଆନନ୍ଦ ଆପ୍ଲୁତ

ସମୁଦ୍ର କିନାରା ବା କେଉଁ ପୁରା ସମୁଦ୍ର!

ମାଇଲ, ମାଇଲ ଅନ୍ୱେଷଣ ପରେ

ପ୍ରିୟାର ( ପ୍ରିୟର )ଚେହେରା ତଳେ

ତା ଉତ୍କର୍ଷ ଚେତନା ଚହଟି ଦିଶେ

ସେତେବେଳେ ହିଁ ସେ ସମୁଦ୍ର ଦିଶେ

ଗଭୀର, ପ୍ରଶାନ୍ତ, ଅମୃତ ମୟ।


ସୃଷ୍ଟି ରେ ତୁମେ କେଉଁଠି ନଥାଅ ଯେ?

ପର୍ବତ ର ଛାତି ଚିରି ଝରୁଥିବା ଅମୃତବାହି ଝରଣା ର ଆବେଗରେ, ଭ୍ରମର ଓ ଫୁଲ ର ରାହାସ ରେ, ଆକାଶ ର କୃଷ୍ଣ କବରୀରେ ପୁଞ୍ଜା ପୁଞ୍ଜା ତାରା ବଉଳ ରେ, ନୀଡ଼ ସଜାଡି ଶାବକ ଙ୍କୁ ପାଳୁ ଥିବା ପକ୍ଷୀଟିର ମମତା ରେ?

ସମଗ୍ର ସୃଷ୍ଟି ଓ ସର୍ଜନା ର ତୁମେ ଆଦି ଜୀବନ୍ୟାସ ମନ୍ତ୍ରଧ୍ୱନି! ସୃଷ୍ଟି ର ଅକ୍ଷୟ ମୂଳ ବୀଜ ଓ ସ୍ରଷ୍ଠା ର ପରମ ଶ୍ରଦ୍ଧେୟ।

.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bk Dasadhikari

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

Similar oriya poem from Abstract