ରାତି
ରାତି
ବୟସର ଅପରାହ୍ନରେ
ଜୀବନର ସାୟହ୍ନରେ
ମନେ ପଡେ ଯେବେ ବିଗତ
ଜୀବନର ଗାଥା କବିତା
ଆଙ୍କିଛି ମୁଁ ଚିତ୍ରକଳ୍ପ ସେଦିନ ର
ସେ ଦିନର ସେ ହତାଶ ମୁହୂର୍ତ୍ତ ର
ଅନ୍ଧକାର ଘୋଟିଥାଏ ଯେବେ
ଅମାବାସ୍ୟା ଭଳି ଅମା ଅନ୍ଧକାର
ଅନ୍ଧାର ଭିତରେ ବସି ଲେଖେ ଯେବେ
ନୈରାଶ୍ୟର କବିତା, ନିରାଶ ହିଁ ତ ହୁଏ
ଓଠ ର ହସ ଟିକକ ଏବେ, ଜଳିବାକୁ
ସାରା ରାତି ରାତି ସିନା ସରିଯାଏ ମୁଁ
କିନ୍ତୁ ଜଳିଥାଏ ସାରାରାତି ।