STORYMIRROR

Sudhashree Bhattamisra

Inspirational

4.0  

Sudhashree Bhattamisra

Inspirational

ବେଳା

ବେଳା

1 min
5

ଶୁଣିଥିଲି ତମେ କ୍ଷମାର ସାଗର 

ସ୍ନେହର ଗଙ୍ଗା ପ୍ରୀତିର ଯମୁନା 

ତମେ ଆଦ୍ୟ ଆଷାଢ଼ ତମେ ଶ୍ରାବଣ 

ଶୀତଳ ଚନ୍ଦ୍ରମା, ଜ୍ୟୋସ୍ନାର ଝଲକ 

ଜୀଵନ ଯମୁନା, ମୁଁ ଚାହେଁନି 

ପଢିବାକୁ ଯନ୍ତ୍ରଣା ର ଚିଠି 

ଚାହେଁନି କହିବାକୁ ଅନ୍ଧାରର 

କଥା, ବେଳା ମାହେନ୍ଦ୍ର ବେଳା 

ବେଳା ସାଗର ବେଳା 

ବେଳା ସ୍ମୃତିର ବେଳା 

ବେଳା ନୁହେଁ ନୈରାଶ୍ୟର ବେଳା 

ମୁଁ କଳ୍ପନା କରିବି ନିତି ନୂଆ ପୃଥିବୀର 

ସୁନ୍ଦର ପୃଥିବୀର, ମୁଁ ମଜିଯିବି, ହଜିଯିବି 

ଭାବନାର ସାଗର ତଟରେ 

ମୁଁ ଖୋଜେ ନୂଆ ଢଙ୍ଗ ବଂଚିବାର 

ଆନନ୍ଦ କଷ୍ଟର ଆକର୍ଷଣ 

ଭଲପାଇବାର, ଗଠନ 

ତ ହେଇଛି, ସୂର୍ଯ୍ୟ ସିନା 

ନିତି ଜଳେ 

ଜଳେ ଏବେ ବିନା ଅନଳରେ 

ଏ ଜ୍ୱଳନ ନିଆରା ଢଙ୍ଗର

ଏ ଜ୍ୱଳନ ସ୍ୱତନ୍ତ୍ର ପ୍ରକାର 

ଜଳେ ଅଗ୍ନିତୁଲ୍ୟ, ଶୁଦ୍ଧ ହେବା ପାଇଁ 

ସୁବର୍ଣ୍ଣ ଯେମିତି ଅଗ୍ନିରେ 

ଭଲ ଲାଗେ ଏବେ ଜଳିବାକୁ 

ଭଲଲାଗେ ଏବେ ସୁଧସୁବର୍ଣ୍ଣ ହେବାକୁ 

ସ୍ୱତନ୍ତ୍ର୍ୟତା ବଂଚିଛି ଏବେ ବଂଚିଛି 

ନିଜସ୍ୱ ପଣିଆ, ଢଙ୍ଗ ଏବେ ଜିଁବାକୁ 

ନିଆରା ଢଙ୍ଗ, ଶୈଳୀ ମୋର ସ୍ୱତନ୍ତ୍ର 

ଆକର୍ଷଣ ବଂଚିବାର, ମୋହ ତଥାପି 

ତୁଟିନି, ଜୀବନଟା ଏକ ମନ୍ତ୍ର କାଉଁରୀ 

ମନ୍ତ୍ର ନିତି ପଢେ 


Rate this content
Log in

Similar oriya poem from Inspirational