STORYMIRROR

Madhabi Patel

Abstract

3  

Madhabi Patel

Abstract

ସମୁଦ୍ର

ସମୁଦ୍ର

1 min
225


ସମୁଦ୍ର ଭିତରେ କେତେ ଯେ ଶୂନ୍ୟତା

ଲହଡି ଯାଉଛି କହି।

ହାହାକାର କରି ମୁଣ୍ଡ ପିଟୁଥାଏ

ସାକ୍ଷୀ ବେଳାଭୂମି ତହିଁ।

ବେଳାଭୂମି ଏକା ତାର ସହଚରୀ

ସୁଖକୁ ଦୁଃଖକୁ ନିଏ ଆବୋରି

ଆଶ୍ବାସନା ଯାଏ ଦେଇ

ତୁମ ପାଖେ ପାଖେ ମୁଁ ଅଛି ପ୍ରିୟ

ଯାତନା ଯିବାକୁ ସହି।

ରତ୍ଳାକର ସିନା ସେ ରତ୍ନଗର୍ଭା

ରଖେନାହିଁ କିଛି ଜାଣିଛି ଦେବା

ହୃଦୟ ଭିତରେ କେତେ ସୁନାମୀ

କ୍ଷେପଣାସ୍ତ୍ର ସହି ଥାଏ ନରମି

ତା ବେଦନା ବୁଝିବ କିଏ

ଶୁଷ୍କ କରି ତାର ଲବଣାକ୍ତ ଜଳ

ଲବଣ ଉତ୍ପନ୍ନ ହୁଏ।

ଲବଣାକ୍ତ ବୋଲି ଆସେନା କାମ

ଉର୍ଦ୍ଧଗାମି ହୁଏ ଜଳଦ ନାମ

ବର୍ଷା ହୋଇ ବୃଷ୍ଟିହୁଏ

ଜଗତ ବାସୀଙ୍କ ପାଳନର ପାଇଁ

ସଦାସିଏ ବ୍ରତୀ ଥାଏ।



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Abstract