ମାନବ
ମାନବ
କଳ୍ପନା ର ନଗରୀରେ ବାସ୍ତବ ମଣିଷ
ମିଛ ଏହି ଦୁନିଆ ରେ ପୂଜାରୀ ସତର
ହସିବାର ବାହାନାରେ କୋହ ଉଠେ
ଅନ୍ତରର, ଜୀବନ ଗୀତଟିଏ
ଜୀବନ ବାଟଟିଏ
ନା ଗାଇ ପାରେ ଗୀତ ଜୀବନର
ନା ଚାଲିପାରେ ବାଟ ଜୀବନର
ମନ୍ତ୍ର ପଢେ ଯେବେ ସଫଳତା ର
ଗୀତ ଗାଏ ମଧୁଗୀତ
ହେଲେ କିନ୍ତୁ ଲାଗେ ସବୁ
ବେସୁରା ବେତାଳ
ସ୍ବପ୍ନ ଦେଖିଥିଲି
ଆଉ ଏକ ସମ୍ରାଜ୍ୟରେ
ପ୍ରତିଜ୍ଞାବଧ ହେଇଥିଲି
ବୁହାଇବାକୁ ଶାନ୍ତିର ଯମୁନା
ପଢିବାକୁ ମଧୁମନ୍ତ
ସଫଳତାର ମନ୍ତ୍ର
ଜୀବନକୁ ଗଢ଼ିବାର ଢଙ୍ଗ
ଭଲ ଏବେ ଲାଗେନି କିଛି
ମୁଁ ଗଢିଛି ମୋ ସହର ।।