କଠୋରତା
କଠୋରତା
ନୈରାଶ୍ୟ ର ବେଳା ଏଇ ଜୀଵନ ଟା
ଯେବେ ଆଶାର ସୁନେଲି କିରଣ ରେ
ଉଦ୍ଭାସିତ ହୁଏ, ଟିକେ ଶାନ୍ତିର କାମନା ରେ
ମୁଁ ଯେବେ ତଡପୁ ଥାଏ, ସତେ ଯେମିତି
ସମସ୍ୟା ବିନା ଜୀଵନ ଟା ଜୀଵନ ନୁହେଁ
ଆଙ୍କିଛି ମୁଁ ଚିତ୍ର ଜୀବନର, ମୋ ପାଇଁ ମୋ
ମାନସ ପଟ, ଫର୍ଦଟିଏ କାଗଜ
ଆଙ୍କିବାକୁ ଚିତ୍ର ଜୀଵନ ର
ପଥର ହୃଦୟ ଟା ଯେବେ ତରଳିଯାଏ
ଶିଖିଛି ପଥର ଠୁ କଠୋର ତା
ରୁକ୍ଷତା ବର୍ବରତା, ଲେଖେ ଯେବେ
ନୈରାଶ୍ୟ ର ବେଳାଭୂମିରେ
ଆଶାର ଝଲକ, ଆଙ୍କେ ଯେବେ
ଚିତ୍ର ଟିଏ ସୁନ୍ଦର ସରସ
ଗଢିବାକୁ ସ୍ୱର୍ଗଟିଏ
ହେଉ ପଛେ ଅଧାଗଢ଼ା ସ୍ୱର୍ଗ
ସ୍ୱର୍ଗ ନୁହେଁ ତଡ଼ପିବାକୁ
ସ୍ୱର୍ଗ ନୁହେଁ ଅଧୁରା ସ୍ବପ୍ନ
ସ୍ୱର୍ଗ କାମନା ଏକ ତୃପ୍ତିର
ମୁଁ ଚାହେଁନା ଜଳିବାକୁ ଯାତନା ର
ସହର, ପଥର ଭଳି ମୁଁ ଶିଖିଛି
ଜିଁଵା ଏବେ, କଠୋର ହେଲାପରେ
ଭଲପାଏ ରୁକ୍ଷତା କଠୋର ତା
ବର୍ବରତା, ଭଲପାଏ ଜିଁବାକୁ
ସୁନ୍ଦର ସରସ ହେଉପଛେ
ଏକ ରୁକ୍ଷ କଠୋର ବର୍ବର ଜୀଵନ
