ମଣିଷତ୍ୱ
ମଣିଷତ୍ୱ
ମଣିଷତ୍ୱ ଆଉ ପଶୁତ୍ୱ ର
ଘମାଘୋଟ ଲଢେଇ ଭିତରେ
ଯଦି ମଣିଷତ୍ୱ ବଞ୍ଚେ
ପଶୁତ୍ୱ ମରେ
ସେତିକିବେଳେ ମଣିଷଟା
ସାର୍ଥକ ସ୍ବପ୍ନ ଦେଖେ
ଦୃଷ୍ଟିର ଅପହଞ୍ଚ ଇଲାକା କୁ
ସ୍ପର୍ଶ କରେ, ନିଜତ୍ୱ ଭୁଲି
ଯେବେ ମାନବତ୍ୱ ଆପଣାଏ
ସେତିକିବେଳେ ଜୀଵନ
ଆଉ ସ୍ବପ୍ନ ସାର୍ଥକ ଲାଗେ
