ଲକ୍ଷ୍ୟ
ଲକ୍ଷ୍ୟ
ମନ ଯେବେ ଭାଙ୍ଗିଯାଏ
ଆତ୍ମା ଶରୀର ହୃଦୟ
ସତେ ଯେମିତି ଏକ ଯନ୍ତ୍ର
ଆଉ ସେହି ଯନ୍ତ୍ର ଜୀଵନ
ର ମନ୍ତ୍ର ଯେବେ ସେ ବୁଝିପାରେନି
ଜୀଵନ ଟା ଜୀଵନ ପଦବାଚ୍ୟ
ହୋଇପାରେନା, ଶୁଦ୍ଧ ସୁନ୍ଦର
ଜୀଵନଟା ବି ଲକ୍ଷ୍ୟ ବିଚ୍ୟୁତ ହୁଏ
ଲକ୍ଷ୍ୟ ବିନା ବଂଚିଛି କିଏ
ଲକ୍ଷ୍ୟ ବିନା ଜୀବନଟା
ଜୀଵନ ନୁହେଁ
ତେଣୁ ଜୀଵନ ଖୋଜେ ତାର
ଲକ୍ଷ୍ୟସ୍ଥଳୀ, ଏକ ସୁନ୍ଦର ଜୀଵନ..........
