ସତ୍ୟ
ସତ୍ୟ
ସ୍ୱପ୍ନର ସହର ରେ ଯେବେ ଘର କରେ
ନିତି ସ୍ବପ୍ନ ଦେଖେ, କେବେ ସ୍ବପ୍ନ କେବେ
ପୁଣି ଦୁଃସ୍ବପ୍ନ, ସେହି ସ୍ବପ୍ନ ସବୁକୁ
ଜବତ କରୁ କରୁ, କେବେ ପୁଣି
କେଉଁଠି ଭଟକେ, ଠିକଣା ମିଳେନା
ଜମାରୁ, ସ୍ବପ୍ନ ଭଳି ଏ ଜୀଵନ ଟା
ବି ଭ୍ରମ ଲାଗେ, ଭ୍ରାନ୍ତ ଲାଗେ
ମିଥ୍ୟା ଆଉ ପ୍ରହେଳିକା ଭଳି
ମନେହୁଏ ଯେବେ
ସେହି ମିଥ୍ୟାରୁ ମୁଁ ଆବିଷ୍କାର
କରେ ଚିରନ୍ତନ ସତ୍ୟର..............
