ବିଶ୍ୱାସ
ବିଶ୍ୱାସ
କପୋଳକଳ୍ପିତ ହେଉ କି ମନଗଢା
ସ୍ୱପ୍ନର ସାଗର ତଟରେ
ମୁଁ ଯେବେ ନାଆଟିଏ ଖୋଜେ ବିଶ୍ୱାସର
ନୌକାଟିଏ ପାରିହେବାପାଇଁ
ଭବତରଙ୍ଗିଣୀ, ଏ ବିଶ୍ୱାସ ନୁହେଁ
ବନ୍ଧନର, ଏ ବିଶ୍ୱାସ ନୁହେଁ ବନ୍ଧନ
ଏକ ଶିକୁଳିର, ଏ ବିଶ୍ୱାସ ଗଭୀର
ଭଲପାଇବାର, ଅତୁଟ ବନ୍ଧନ
ବିଶ୍ୱାସ, ମୁକ୍ତ ଆକାଶ ବିଶ୍ୱାସ............
