STORYMIRROR

Sudhashree Bhattamisra

Abstract

4.5  

Sudhashree Bhattamisra

Abstract

ପୁନଶ୍ଚସକାଳ

ପୁନଶ୍ଚସକାଳ

1 min
8

ବିଷାଦ ର ମୁହୂର୍ତ୍ତ ସବୁ କଥା ମନେପଡେ ଯେବେ 
ସେତିକିବେଳେ ନୈରାଶ୍ୟ ର ବେଳାଭୂମିରେ 
ମୁଁ ଅବସାଦ ରେ ଚିତ୍ର ଆଙ୍କେ 
ବିଷାଦ ର ଅଙ୍କ କଷେ 
ହୃଦୟଙ୍ଗମ କରେ ବୁଝିଥାଏ 
ଜୀଵନ ର ବାସ୍ତବିକତା 
ଆପଣେଇ ନିଏ ସେହି ରୁକ୍ଷତା 
ନିଷ୍ଠୁର କର୍କଶ ବର୍ବରତା ର 
ଚିତ୍ର ସବୁ ଉଙ୍କି ମାରେ 
ମାନସପଟରେ..............
ନିଜେ ହିଁ ନିଜକୁ 
ପ୍ରଶ୍ନ ପଚାରେ 
ନିଜେ ନିଜକୁ ଅଗ୍ନି ପରୀକ୍ଷା ଦିଏ 
ଜିତିବାକୁ ବାଜି ଜୀଵନ ର 
ସାରାରାତି ସ୍ବପ୍ନ ଦେଖେ 
ପୁନଶ୍ଚସକାଳ ହୁଏ.............


Rate this content
Log in

Similar oriya poem from Abstract