ପୁନଶ୍ଚସକାଳ
ପୁନଶ୍ଚସକାଳ
ବିଷାଦ ର ମୁହୂର୍ତ୍ତ ସବୁ କଥା ମନେପଡେ ଯେବେ
ସେତିକିବେଳେ ନୈରାଶ୍ୟ ର ବେଳାଭୂମିରେ
ମୁଁ ଅବସାଦ ରେ ଚିତ୍ର ଆଙ୍କେ
ବିଷାଦ ର ଅଙ୍କ କଷେ
ହୃଦୟଙ୍ଗମ କରେ ବୁଝିଥାଏ
ଜୀଵନ ର ବାସ୍ତବିକତା
ଆପଣେଇ ନିଏ ସେହି ରୁକ୍ଷତା
ନିଷ୍ଠୁର କର୍କଶ ବର୍ବରତା ର
ଚିତ୍ର ସବୁ ଉଙ୍କି ମାରେ
ମାନସପଟରେ..............
ନିଜେ ହିଁ ନିଜକୁ
ପ୍ରଶ୍ନ ପଚାରେ
ନିଜେ ନିଜକୁ ଅଗ୍ନି ପରୀକ୍ଷା ଦିଏ
ଜିତିବାକୁ ବାଜି ଜୀଵନ ର
ସାରାରାତି ସ୍ବପ୍ନ ଦେଖେ
ପୁନଶ୍ଚସକାଳ ହୁଏ.............
