ପୁନଶ୍ଚ ସ୍ବପ୍ନ
ପୁନଶ୍ଚ ସ୍ବପ୍ନ
ସମୟର ସେ ନିର୍ଜନ ବେଳାଭୂମି ରେ
ମୁଁ ଯେବେ ସ୍ମୃତିକୁ ସାଉଁଟେ
ବିଗତ ଜୀବନର ପୁରୁଣା
ସ୍ମୃତି କଥା ମନେ ପଡେ
ସ୍ମୃତି ସିନା କବରି ହୁଏ
ପାଉଁଶ ତଳର ନିଆଁ ହୁଏ
ମଲାଜହ୍ନ ହୁଏ
ସ୍ମୃତିକୁ ଯେବେ ପୁନଃରୁଦ୍ଧାର କରିହୁଏନା
ମୁଁ ପ୍ରଗଲଭା ନଈଟିଏ ଭଳି ଗତିପଥ
ବଦଳାଏ, ଅସୁମାରୀ ଆଶା ଓ ସ୍ବପ୍ନ
ଉଙ୍କିମାରେ, ମନର ସେ ନନ୍ଦନବନରେ
କେତେ ସ୍ବପ୍ନ ଆସେ, ଭୁଲିଥାଏ
ସେହି ପୁରୁଣା ସ୍ମୃତି, ଭୁଲିଥାଏ
ସ୍ମୃତିର କବରି, ପୁନଶ୍ଚ ସ୍ବପ୍ନ ଦେଖେ
ଏକ ସୁନ୍ଦର ଜୀବନର, ଏକ
ନୂଆ ସକାଳ ର.............
