STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ଶେଫାଳି

ଶେଫାଳି

1 min
0

ଶେଫାଳି ଯେମିତି ଝରିଯାଏ 
ଝରିଯାଏ ଗଙ୍ଗଶିଉଳି 
ଝରିଥାଏ ବନମଲି 
ଝରିତ ସାରିଛି ମୁଁ 
ବାସ୍ନା ବିତରଣ କଲାପରେ 
ମୁଁ ଏବେ ସେହି ସହର ଖୋଜେ 
ଯେଉଁଠି ମଲିର ବାସ୍ନା ଥିବ 
ଝରିଲେ ବି ଗଙ୍ଗଶିଉଳି 
ବାସ୍ନା ବିତରଣ କରୁଥିବ 
ମୁଁ ଏବେ ସେହି ସହର ଖୋଜେ 
ଯେଉଁଠି ମଲ୍ଲୀ ବି ବଣର 
ଗଙ୍ଗଶିଉଳି ହେଉ କି ଶେଫାଳି 
ଝରୁ ପଛେକେ ବାସ୍ନା ବିତରଣ 
କରୁଥିବ...............


Rate this content
Log in

Similar oriya poem from Abstract