STORYMIRROR

Sudhashree Bhattamisra

Abstract

4.5  

Sudhashree Bhattamisra

Abstract

ସ୍ମୃତି

ସ୍ମୃତି

1 min
3

ସ୍ମୃତିଟା ଯେବେ ସାଗର ହୁଏ 
ପାଲଟି ଯାଏ ଆଲବମ ଟିଏ 
ଏମିତି ଅନାବନା କଥା 
ଲେଖୁ ଲେଖୁ, ମୁଁ ଲେଖିଦିଏ 
ମନକଥା ନିଜେ ନିଜର 
ମନଟା ଉଦ୍ୟାନ ପାଲଟି ଯାଏ 
ଆଦି ଅନ୍ତହୀନ ମନଟା କେବେ 
ପ୍ରସାଦ ହୁଏ କେବେ ପ୍ରାଙ୍ଗଣ ହୁଏ 
କେବେ ମରୁପ୍ରାନ୍ତ କେବେ ମନ୍ଦିର ହୁଏ 
କେବେ ଢେଉ ହୁଏ ତରଙ୍ଗ 
କେବେ ସାଗର ଦେହରେ 
ଲୋଟିପଡୁଥିବା ଉର୍ମିମାଳା 
ଅସଂଖ୍ୟ ଅଭିମାନ ଓ ସ୍ୱାଭିମାନ 
ର ଗ୍ରନ୍ଥଟିଏ ହୁଏ, ମନକୁ 
କେବେ ଆଙ୍କି ହୁଏନା ଚିତ୍ର 
କି କରି ହୁଏନା ଚିତ୍ରିତ 
ବିଚିତ୍ର ଏ ମନଟା ଭଙ୍ଗା ଆଇନା 
ନୁହେଁ,ଭଙ୍ଗା ମନଟା ଯେବେ ଯୋଡି ଦିଏ 
ଜୀବନର ତାର୍କିକତା ବି ତର୍କସିଦ୍ଧ ହୁଏ 
ସ୍ୱପ୍ନର ବଗିଚା ରେ ସିନା ଫୁଲ ଫୁଟେ 
ହେଲେ ମନ ଫୁଟେନା..........


Rate this content
Log in

Similar oriya poem from Abstract