ଅନୁତାପ
ଅନୁତାପ
ଘାତ ପ୍ରତିଘାତ ଯାହା ବି ହେଉ
କାହିଁକି ଯେ ମତେ ଏବେ
ଲାଗେ ଆଘାତ, ସବୁ କିଛି
କଣ୍ଟା ର ଆଘାତ....
ମୁଁ ଜଳୁଛି ବିନା ଅନଳ ରେ
କେଉଁଠି ସମାଧାନ
କେଉଁଠି ଅନ୍ତ, ପ୍ରଶ୍ନ ଯେବେ
ପଚାରେ ନିଜକୁ
କାହିଁ ସେ ସଂଯମତା
ବୁଝିଲା ପରେ ଅର୍ଥ ଜୀଵନ ର
ହୃଦୟଙ୍ଗମ କଲା ପରେ ବାସ୍ତବତା
ଜୀଵନ ର ମାଧୁର୍ଯ୍ୟ ସରସତା
କାହିଁକି ଯେ ବାଟବଣା ହୁଏ
ଏ ସହର ର ଅଜଣା ରାସ୍ତାରେ
କାହିଁକି ଯେ ରାସ୍ତା ଭଟକେ
ସତତ ଚେଷ୍ଟିତ ଏଇ ଜୀଵନ ଟା
ପ୍ରୟାସ କରେ ପ୍ରଯତ୍ନ କରେ
ଟିକେ ସଂଯମୀ ହେବା ପାଇଁ
ହେଲେ କାହିଁକି ଯେ ରାସ୍ତା ଭଟକେ
ଵୁଝିଛି ମରୁପ୍ରାନ୍ତ ଜୀଵନ ର ଅର୍ଥ
ଜୀଵନ ବୋଧଗମ୍ୟ ହେଲା ପରେ
ସେ କାହିଁକି ମରୁଭୂମି ରେ ଭଟକେ
ନିଜ ଅନୁତାପ ର ଅଶ୍ରୁରେ ସେ
ତା ପଦଯୁଗଳ ଧୂଏ..............
