ମୁଁ
ମୁଁ
ଇଛା ହୁଏ ବେଳେ ବେଳେ
ହୁଅନ୍ତି କି ପୁଷ୍ପ ଟିଏ
ସୁଗନ୍ଧ ବିତରଣ କରିବାକୁ
ମହକିବାକୁ....
ଇଚ୍ଛା ହୁଏ ବେଳେ ବେଳେ
ହୁଅନ୍ତି କି ପ୍ରଗଲଭା ନଈଟିଏ
ଇଚ୍ଛା ହୁଏ ବେଳେ ବେଳେ
ମୁଁ ହୁଅନ୍ତି କି ଜଳବୁନ୍ଦା
ତୃଷାର୍ତ୍ତ ମରୁଭୂମି ରେ
ଇଚ୍ଛାହୁଏ ବେଳେ ବେଳେ
ମୁଁ ହୁଅନ୍ତି କି ସଫଳତା
ବିଫଳତା ର ବେଳାଭୂମିରେ...
