Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tikeshwar Sahu

Abstract

3  

Tikeshwar Sahu

Abstract

ବନ୍ଦୀ

ବନ୍ଦୀ

1 min
178



କାରାବାସ ପଡ଼େ ବନ୍ଦୀର ଜୀବନେ

ବନ୍ଧା ପଡ଼ଇ ଶରୀର ,

ମନ ରହିଥାଏ ଆଉ କି ବାସରେ

ସରଗ କି ମର୍ତ୍ତ୍ଯପୁର |୧|

ବନ୍ଦୀର ଜୀବନ ହୁଏ ହିନୀମାନ 

ସମାଜ ଆଖିରେ ତୁଚ୍ଛ,

ସବୁ ବନ୍ଦୀ ନୁହଁ ଦୋଷୀ ଅତ୍ଯାଚାରୀ

କିଏ ଅବା ଏଠି ସ୍ବଚ୍ଛ |୨|

ନିର୍ଦ୍ଦୟ ନିଷ୍ଠୁର ମନ ହୁଏ କ୍ରୁର

ପରଧନ ଆହରଣେ,

ପରସ୍ବ ହରଣ ଚିନ୍ତାର କାରଣ

ହରି ନେବାର କାରଣେ |୩|

ଏମିତି ମଣିଷ ବନ୍ଦୀ ଘରେ ସ୍ଥାନ

ଦଣ୍ଡ ଭୋଗିବାର ପାଇଁ,

ଶରୀର ଆଘାତ ହୁଅଇ ପ୍ରତୀତ

ବନ୍ଦୀ ରହିଥିବା ପାଇଁ |୪|

କେବେ ଯେ ନିର୍ଦ୍ଦୋଷ ବନ୍ଦୀ ପଡ଼ିଯାଏ

ପର ଦୋଷ ପାଇଁ ସିନା,

ଦଣ୍ଡ ଭୋଗୁଥାଏ ଭାଗ୍ଯକୁ ଆଦରି

କରି ଦେବ ଆରାଧନା |୫|

ଚୋର ତସ୍କରଙ୍କ ବନ୍ଦୀଘର ମଜା

ଆନନ୍ଦେ କଟଇ ଦିନ,

ଦିନ ସରିଗଲେ ପୁଣି ଚୋରି କାମ

ଚୋରିରେ ଦିଅଇ ମନ |୬|

ବନ୍ଦୀ ଲଭିଗଲେ ଗାନ୍ଧୀ ଗୋପବନ୍ଧୁ

ଭାରତର ହିତ ପାଇଁ,

ବନ୍ଦିରେ ଲେଖିଲେ କେତେ ହିତବାଣୀ

ଜଗତ ଉଦ୍ଧାର ପାଇଁ |୭|

କେତେ ଲାଠିମାଡ଼ ଚାବୁକ ପ୍ରହାର

ବନ୍ଦୀର ଜୀବନେ ଆସେ,

ରକତ ରେଖାରେ ଲେଖଇ କାହାଣୀ

କାଳ କାଳ ପାଇଁ ହସେ |୮|

ଇତିହାସ କହେ ବନ୍ଦୀର କାହାଣୀ

ଭାରତର ବୀରଗାଥା,

ହଜେଇ ଦେଇଛି ଆଖିର ଲୋତକ

ଛିଣ୍ଡି ଯାଇଥିବା ମଥା |୯|

ଭାରତ ଆଦର୍ଶ ବନ୍ଦୀରେ ଲେଖିଛି

ସଂସ୍କାର ହିତର କଥା,

ମୁନିଋଷିଗଣ ବଖାଣି ଯାଆନ୍ତି

ଶ୍ରୀକୃଷ୍ଣ ଭାରତ ଗାଥା |୧୦|



Rate this content
Log in

Similar oriya poem from Abstract