Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Abstract

3  

Mamatamanjari Das

Abstract

ଏକୋଇଶ ତୁମ ଅପେକ୍ଷାରେ

ଏକୋଇଶ ତୁମ ଅପେକ୍ଷାରେ

1 min
261


କୋଡିଏ ପୃଷ୍ଠାଟି ଇତିହାସ ହେବ

ଏକୋଇଶ ସୂରୁଜରେ

ପ୍ରତୀକ୍ଷାର ଅନ୍ତ ସରି ସରି ଆସେ

ନିଶ୍ୱାସେ ବିଶ୍ୱାସ ଭରେ ।


କେତେଯେ ଯନ୍ତ୍ରଣା ଦେଇଛି କୋଡିଏ

ବ୍ୟତିବ୍ୟସ୍ତ ହୋଇଛି ମହୀ

ମାଆ କୋଳୁ ପୁତ୍ର,ସ୍ତ୍ରୀ ମୁହଁରୁ ହସ

ସବୁ ନେଇଛି ଛଡେଇ ।


ଅଶାନ୍ତ ମହୀରେ ଧୈର୍ଯ୍ୟର ନଉକା

ବାହିବାର ସାହସରେ

ପ୍ରସ୍ତୁତ ହେଉଛି ଏ ମଣିଷ ଆଜି

ଏକୋଇଶ ତୁମ ଅପେକ୍ଷାରେ ।


ଅଦୃଶ୍ୟ ତୁମେ ଏକୋଇଶ ସିନା

ହେଲେ ଆହ୍ୱାନ ର ନୂଆ ଆଶା

କଳ୍ପନାରେ ଆମ ନୂଆ ପୃଥିବୀ

ଉଚ୍ଚ ଆମ ଅଭିଳାଷା ।


ଏକୋଇଶ ତୁମକୁ କରୁଛୁ ସ୍ୱାଗତ

ହୃଦୟେ ଦୀପାଳି ଜାଳି

ଧର୍ମ ପ୍ରତିଷ୍ଠା ରେ ନୂଆ ରୂପ ନିଅ

ମିଥ୍ୟା ଛଳନା କୁ ଦେଇ ବଳି ।


ପ୍ରତିଜ୍ଞା ବଦ୍ଧ ହୋଇବୁ ଆମେ

ଶାନ୍ତି, ଧର୍ମର ରକ୍ଷା ପାଇଁ

ଦିଅ ନୂଆ ମନ୍ତ୍ର ସମାଜକୁ ଆମ

ଅରାଜକତା ଯାଉ ଦୂରେଇ ।


ଭରିଦିଅ ଆଶା ନିରାଶ ଭିତରେ

ବୀଜ ବୁଣିଦିଅ ପୃଥ୍ଵୀ ହେଉ ଉଶ୍ୱାସ

ସଞ୍ଜୀବନି ଭଳି ଜୀବନ୍ତ ହେଉ

ମରି ଯାଇଥିବା ଆତ୍ମବିଶ୍ବାସ ।


ଅମୃତ ମୟ ହେଉ ଏ ପୃଥିବୀ

ଏକୋଇଶ ତୁମ ଆଗମନେ

କୋଡିଏ ର ସବୁ ଦୁଃଖ ପୋଛିଦେଇ

ଖୁସିର ମହକ ଭରୁ ସଭିଙ୍କ ମନେ ।



Rate this content
Log in

Similar oriya poem from Abstract