କବି ଓ କବିତା
କବି ଓ କବିତା
କବି ଲେଖିପାରେ କବିତା ଓ ଗଳ୍ପ,
ଭାବନାରେ ବୁଡ଼ିରହି ଅଳ୍ପ ଅଳ୍ପ ।
କବି ସୃଷ୍ଟି କରିପାରେ ଅସୀ ମୁନେ,
ମାଳ ମାଳ କବିତାର ହାର ମାନେ ।
କବି ସ୍ରଷ୍ଟା, କବି ପ୍ରେମ ଗନ୍ତାଘର,
ପ୍ରକୃତି, କଳ୍ପନା ପ୍ରିୟ ଅଟେ ତାର ।
କବି ବିନା କବିତା ଯେ ଅସମ୍ଭବ,
କବି ଜିଏଁ ସାଥି ତାର ଅଟେ ଭାବ ।
କବିତା ବନିତା କବିଟି ତା' ପିତା,
ସାହିତ୍ୟ ଜଗତ ସୃଷ୍ଟିର କରତା ।
ପାଠକ,ପ୍ରେରଣା ଦାୟକ ତାହାର,
ସାହିତ୍ୟ ପ୍ରେମୀ ଯେ ଏକାନ୍ତ ନିଜର ।
କବିର ଜୀବନ କବିତାର ବିନା,
ବୃଥା ଅଟେ ସିନା କଳ୍ପନା ଭାବନା ।
କବିତା ଲେଖିବା ନିଶା ଅଟେ ତାର,
ସେ ନିଶା ବିହୁନେ କିଛି ନାହିଁ ସାର ।
କବିତା ଲେଖିଲେ ହୁଏ ଆତ୍ମତୃପ୍ତ,
କବିତା ବିହୁନେ ହୃଦ ଅନୁତପ୍ତ ।
ଗୋଟିଏ ମୁଦ୍ରାର ଏପାଖ ସେପାଖ,
କବି ଓ କବିତା ଅଭିନ୍ନ ଦୈନିକ ।
କବି ବିନା ନାହିଁ କବିତାର ସୃଷ୍ଟି,
କବିତା ବିହୁନେ କବି ଅନାବୃଷ୍ଟି ।
କବିଟିଏ ବିନା କବିତା ସପନ,
କବିତା ବିହୁନେ ଅସାର ଜୀବନ ।