STORYMIRROR

Prasant Nath

Abstract Inspirational

3  

Prasant Nath

Abstract Inspirational

ମହାନ ଏ ନାରୀ

ମହାନ ଏ ନାରୀ

1 min
212


ମାଟି ଆକାଶ ପାଣି

ଛୁଇଁଲେ ହୁଏ ସମତୁଲ,

ସଵୁ ସମସ୍ୟାର ସମାଧାନ କରିବାରେ

ଯା ହସ୍ତ ସିଦ୍ଧହସ୍ତ,

ସେ ପା ମହିୟସୀ ମହିଳା ସମାଜ। 


ସଵୁ ପ୍ରାଣକୁ ଛୁଇଁବାରେ ଵୁହାଏ

ମଳୟ ପରସ,

ଗଢିତୋଳେ ସମାଜକୁ ଦେଇ ଯେ

ଅମୂଲ୍ୟ ସମ୍ପଦ,

ସେ ପା ଜନନୀ ଆମର। 


ଆଶିଷ ଭରସା ସଦା ଥାଏ ଵ୍ୟସ୍ତ,

ଘରଠୁ ଵାହାର ସବୁ

ତା ଉପରେ ନେସ୍ତ,

ନିଜେ ଜଳେ ଶିଖା ହୋଇ

ସମାଜକୁ ଦେଖାଇ ଆଲୋକ,

ସେ ପା ନାରୀ ଆମ ସମାଜର। 


ଭାଙ୍ଗେ ନାହିଁ ହାରେ ନାହିଁ

ସଦା ଥାଏ ଧିର,

ମହାନତା ପଣେ ସେ

ମାଟି ଆକାଶଠୁ ବଡ଼,

ଯା ହୃଦୟ ସମୁଦ୍ରଠୁ ଆହୁରି ଗଭୀର

ତଥାପି ସେ ସରଳ ତରଳ ନିରୀହ,

ଝରଣା ପରି ଝର ଝର ସ୍ଵର,

ସେ ପା ଆମ ଭଗିନୀ ସଭିଙ୍କର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract