STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଦେବଙ୍କ ଦେବ ମହାଦେବ

ଦେବଙ୍କ ଦେବ ମହାଦେବ

1 min
151


ବର୍ଣ୍ଣିବାର ଶକ୍ତି ନାହିହିଁ କାହାରେ ଦେବଙ୍କ ଦେବ ହିଁ ଶିବ,

ଶଙ୍କର ନାମଟି ବିକ୍ଷ୍ୟାତ ବ୍ରହ୍ମାଣ୍ଡେ ଭୋଳାନାଥ ନାମେ ଶିବ।


ଆଦିନାଥ ଶିବ ମହାଦେବ ଶିବ ଅକର୍ମାଦାନୀ ହିଁ ଶିବ,

ସୃଷ୍ଟିର ନିର୍ମାଣ ତାଙ୍କରି ନିର୍ଦ୍ଦେଶେ ବ୍ରହ୍ମା କରିଥିଲେ ଭବ।


ପାଳନ କର୍ତ୍ତାରେ ଭଗବାନ ବିଷ୍ଣୁ ପାଳୁ ଛନ୍ତି ଏହୁ ମହି

ଏକାକାର ସବୁ ବ୍ରହ୍ମାଣ୍ଡ ଭିଆଣେ ଏକ ରୂପ ସବୁ ଏହି।


ସତୀ ନାମେ କ୍ଷାତ ଶିବଙ୍କର ପତ୍ନି ଦକ୍ଷଙ୍କର ପୁତ୍ରୀ ସେହୁ,

ପତି ଅପମାନେ ଯଜ୍ଞକୁଣ୍ଡେ ଭଷ୍ମ ହୋଇଥିଲେ ସତୀଏହୁ।


ଜନ୍ମତାଙ୍କ ପୁଣି ହିମଗିରୀ ଠାରୁ ପାର୍ବତୀ ନାଆଁରେ ଏହୁ,

ଧର୍ମପତ୍ନୀ ତାଙ୍କ ପାର୍ବତୀ ହୋଇଲେ ଶାସ୍ତ୍ରର ବଚନ ଏହୁ।


କାଳୀ ଗଙ୍ଗା ରମା ଶିବଙ୍କ ଘରଣୀ ଶାସ୍ତ୍ରରେ ସେ ବର୍ଣ୍ଣିତ

ଜ୍ଞାନୀ ଜାଣିଥାଏ ତାହାର ରହସ୍ୟ ରହିଛି ଶାସ୍ତ୍ରେ ଅଙ୍କିତ।


କାର୍ତ୍ତିକେୟ ଜନ୍ମ ପାର୍ବତୀ ଗର୍ଭରୁ ଅତି ବଳଶାଳୀ ସେହୁ,

ପାର୍ବତୀ ମଳିରୁ ଜନ୍ମ ଗଣେଶଙ୍କ ଅତି ଜ୍ଞାନବନ୍ତ ଏହୁ


ଶୁକେଶ ବାଳକ ଅନାଥ ହିଁ ଥିଲା ପଡ଼ିଲା ନଜର ଶିବେ,

ପୁତ୍ର ରୂପେ ତାକୁ ଗ୍ରହଣ କରିଣ ରଖିଲେ ସମ୍ମାନେ ଶିବେ।


ମୋହନୀ ସଂଯୋଗୁ ଅୟପ୍ପାର ଜନ୍ମ ଦେଲେ ପୁତ୍ର ସମ୍ମାନ,

ଲଲାଟ ଝାଳରୁ ଭୁମାର ଜନମ କଲେଟି ତାରେ ସମ୍ମାନ।


ସପ୍ତ ଶିଷ୍ୟ ଥିଲେ ପ୍ରମୁଖ ତାଙ୍କର ବୃହସ୍ପତି ବିଶାଲାକ୍ଷ

ମହେନ୍ଦ୍ର ହିଁ ଋଷି ପ୍ରାଚେତସ୍ ମନୁ ଋଷି ଶୁକ୍ର ସହସ୍ରାକ୍ଷ।


ଭରଦ୍ବଜ ଋଷି ଥିଲେ ତାଙ୍କ ଶିଷ୍ୟ ଶ୍ରେଷ୍ଠ ବଶିଷ୍ଠ ଅଗସ୍ତ୍ୟ

ବିଭିନ୍ନ କ୍ଷେତ୍ରରେ ଶିକ୍ଷାର କାରଣେ କଲେଟି ତାଙ୍କ ନିର୍ମିତ।


କାଶୀ ବିଶ୍ବନାଥ ଗୁଞ୍ଜୁ ଅଛି ବିଶ୍ବେ ନମଃଶିବାୟର ରାବ୍

ନୂଆ କଳେବର ହେଲା ସେହୁ ଧାମ ସବୁକ୍ଷଣ ଶିବ ରାବ୍।


କେଦାରନାଥଭି ତବ ବାସ ସ୍ଥଳୀ କ୍ଷତି ନାହିଁ ପ୍ରଳୟରେ,

ହେଲା ସୁସଜ୍ଜିତ ହେଲା କଳେବର ଭକ୍ତଙ୍କର ହିଁ ଭକ୍ତିରେ।


ତବ ଶକ୍ତି ପରା ଜ୍ଞାନୀ ବୁଝି ଥାଏ ଏ ଛାର କାହୁଁ ବୁଝିବ,

ଅକର୍ମା ଦାନୀର ନୀଳା ଅଗଚର ଏ ମୂର୍ଖ କାହୁଁ ଜାଣିବ।


ଭୁଲଥିଲେ ଜ୍ଞାନୀ କ୍ଷମାକରି ଦେବେ ଜ୍ଞାନନାହିଁ ମୋର କିଛି,

ଯାହାଙ୍କର ମାୟା ଦେବେ ଅଗଚର ଏ ଛାର ନଜାଣେ କିଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract